Odia News Portal

ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟଙ୍କ ଉପାନ୍ତ ଅଞ୍ଚଳ ଗସ୍ତ

ବ୍ରହ୍ମପୁର :  ଯୁବ ଆଇ .ଏ.ଏସ୍ ଅଫିସର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ।  ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୬ଟି ଗାଆଁ ବୁଲି ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଯୁବ ଅଧିକାରୀ ।   ବ୍ରହ୍ମପୁର ଉପଜିଲ୍ଲାପାଳ ଏଲଗଲ,  ବେହେରାପୁଟ୍, ମାଡୁଆ,  ପ୍ରମୁଖ ୬ଟି ଗାଆଁ କୁ ଗସ୍ତ କରିଛନ୍ତି ।

ଏହି  ଯୁବ ଆଇ  .ଏ.ଏସ୍ ଅଫିସର ଡଙ୍ଗାରେ ୬ କିଲୋମିଟର ଏବଂ ପାଦରେ ଚାଲି ଚାଲି ୧୦ କିଲୋମିଟର ଯାଇଥିବା ବେଳେ  ଏହି ଅଞ୍ଚଳର ବିକାଶ ଓ ବିଭିନ୍ନ ସମସ୍ୟା  ବିଷୟରେ ପଚାରି ବୁଝିଥିଲେ ।  ବିକାଶ ପହଞ୍ଚି ପାରି ନଥିବା ଏହି ଅପହଞ୍ଚ ଗ୍ରାମ ଗୁଡିକ ବିଷୟରେ ପଚାରି ବୁଝିଥିଲେ ।