Odia News Portal

ଆସିଲାଣି ଆମ୍ବୁଲାନ୍ସ, ନେଲେ ଏହି ପରି …

ରାୟଗଡ଼ା : ଆମ୍ବୁଲାନ୍ସ ନ ଆସିବାରୁ ଖଟିଆରେ ବୋହି ବୃଦ୍ଧା ରୋଗୀଙ୍କୁ ନାଳ ଡିଆଁଇ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକେ। ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକର ଶିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସୁଳିପଡା ଗ୍ରାମରେ।

ଏହି ଗ୍ରାମର ରୁମେସି ଜାଗାରାଙ୍ଗା ଗତ ସପ୍ତାହେ ଧରି ଜ୍ବରରେ ପିଡିତ ହେବାପରେ ଅଣାୟତ ହେବାରୁ ଗୁଡାରୀ ଡାକ୍ତରଖାନାକୁ ରୋଗୀକୁ ଆଣିବା ପାଇଁ ପରିବାର ଲୋକେ ତିନି କିମି ଖଟିଆରେ ବୋହିକି  ଆଣିବା ପରେ ନିକଟସ୍ଥ ବଡ ପଙ୍କାଳ ନାଳରେ ବେକେ ପାଣିରେ ପାରକରି ସିରିଗୁଡା ପିଏମଜିଏସଓ୍ବାଇ ରାସ୍ତାକୁ ଆଣିଥିଲେ। ସେଇଠୁ ଆମ୍ବୁଲାନ୍ସକୁ ଫୋନ କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଏକ ବାଇକ ଯୋଗେ ପରିବାର ଲୋକେ ବୃଦ୍ଧା ମାଙ୍କୁ ନେଇ ସନ୍ଧ୍ୟା ୪ଟାରେ ଗୁଡାରୀ ଡାକ୍ତରଖାନାକୁ ପହଞ୍ଚିଥିଲେ।

ସକାଳ ୯ଟାରୁ ସୁଳିପଡା ଗ୍ରାମରୁ ଏହି ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ଦିନ ତମାମ ପରିବାର ଲୋକଙ୍କୁ ନାକେଦମ ହେବାକୁ ପଡିଥିଲା। ଶେଷରେ ଅନେକ ସଂଘର୍ଷ କରି ମାକୁ ପରିବାର ଲୋକେ ତିନି କିମି ଖଟିଆରେ ଓ ନାଳ ଡେଇଁବା ପରେ ପୁଣି ଦଶ କିମି ବାଇକରେ ମେଡିକାଲକୁ ଆଣିବା ଘଟଣା ଏବେ ଚର୍ଚ୍ଚିତ ହୋଇଛି।