Odia News Portal

ଏକ ନମ୍ବର ହାଟରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ କଲା ବିଏମସି

ଭୁବନେଶ୍ବର : ଆକ୍ସନ ମୁଡରେ ବିଏମସି । ଏକ ନମ୍ବର ହାଟରୁ ଜବର ଦଖଲ ଉଚ୍ଛେଦ କରୁଛି ବିଏମସି । ବର୍ଷ ବର୍ଷ ଧରି ସରକାରୀ ଟଙ୍କାକୁ ନିଜ ପକେଟରେ ଭର୍ତ୍ତି କରୁଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଲାଗିଛି ଛାଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ଏକ ନମ୍ବର ହାଟରୁ ଉଚ୍ଛେଦ କରୁଛି ।

ବିଏମସି  ଓ ବିଡିଏର ମିଳିତ ଟିମ୍ କ୍ୟାପିଟାଲ ଥାନା ପୋଲିସର ଉପସ୍ଥିତିରେ ମଣ୍ଡପରେ ଥିବା ସମସ୍ତ ଦୋକାନର ତାଲା ଭାଙ୍ଗି ନିଜ ଅକ୍ତିଆରକୁ ନେଇଛି । ଦୀର୍ଘ ଦିନ ଧରି ସାଧାରଣରେ ଏ ନେଇ ଅସନ୍ତୋଷ ରହିଥିଲା । ଗଣେଶ ମଣ୍ଡପକୁ ଜବରଦଖଲ କରି ବେଆଇନ୍ ଭାବେ ଭଡା ଲଗାଇଥିଲେ କିଛି ନିର୍ଦ୍ଦଷ୍ଠ ଗୋଷ୍ଠୀ । ରାଜ୍ୟ ସରକାରଙ୍କୁ ଅର୍ଥ ନଦେଇ ଲୁଟ୍ କରୁଥିଲେ ଜବରଦଖଲକାରୀ ।

ଏହି ଉଚ୍ଛେଦ ବେଳେ ଗଣେଶ ମନ୍ଦିର ନିକଟରେ ମଦ ବୋତଲ ଗଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଅର୍ଥାତ୍ ଏଠାରେ କିଭଳି କାରବାର ହେଉଥିଲା ତାହା ସ୍ପଷ୍ଟ ହୋଇଛି । ତେବେ ଗଣେଶଙ୍କ ପୂଜା ଯଥା ରୀତିରେ ଚାଲିବ ବୋଲି ବିଏମସି କହିଛି |