ଭୁବନେଶ୍ୱର : ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଭରେଷ୍ଟ୍ ଆରୋହୀ ଗଣେଶ ଜେନାଙ୍କ ନେତୃତ୍ୱରେ ଏଥର ୧୫ ଜଣ (୧୦ ବାଳକ ଓ ୫ ବାଳିକା) ଏହି ଦଳରେ ସାମିଲ ହୋଇଛନ୍ତି ।
କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ଏହି ଯାତ୍ରାର ଫ୍ଲାଗ୍ ଅଫ୍ କରି ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଟାଟା ଷ୍ଟିଲ୍ ଆଡଭେଞ୍ଚର ପାଉଣ୍ଡେସନ୍ର ଟେକ୍ନିକାଲ ସହଯୋଗରେ ୨୦୧୬ ମସିହାରୁ ଏହି ଯାତ୍ରା ପ୍ରତି ବର୍ଷ ଆୟୋଜିତ ହେଉଛି । ଦୁଇ ସ୍ତରୀୟ ଚୟନ ଶିବିର ପରେ ଚୂଡ଼ାନ୍ତ ଦଳ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏଭରେଷ୍ଟ୍ ଆରୋହୀ ଗଣେଶ ଏହି ଦଳର ନେତୃତ୍ୱ ନେଇ ମାଉଣ୍ଟ ଷ୍ଟକ୍ କାଙ୍ଗ୍ରୀ ଆରୋହଣ କରିବେ। ଆସନ୍ତା ୨୪ ତାରିଖ ସୁଦ୍ଧା ଯାତ୍ରା ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଦଳରେ ସାମିଲ ହେବା ପାଇଁ ମୋଟ୍ ୯୨ ଜଣ ଦରଖାସ୍ତ ଆହ୍ୱାନ କରିଥିଲେ । ଶେଷରେ ସେମାନଙ୍କ ମଧ୍ୟରୁ ଦୁଇ ପର୍ଯ୍ୟାୟରେ ୧୫ ଜଣ ଚୟନ ହୋଇଥିଲେ ।
