ତାଲିକାରେ କସ୍ତୁରୀ ମହାପାତ୍ର ଓ ସୁଲତା ଦେଓ ସାମିଲ ହେବା ପରେ ବିଜେଡ଼ିର ମୁଖପାତ୍ର ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ମହିଳା ମୁଖପାତ୍ରଙ୍କ ସଂଖ୍ୟା ୧ରୁ ୩କୁ ବଢ଼ିଯାଇଛି । ଏହାକୁ ବର୍ତ୍ତମାନ ତାଲିକାରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଡ. ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସମୀର ଦାସ, ସସ୍ମିତ ପାତ୍ର, ସୁଲୋଚନା ଦାସ, ଅତନ୍ୟୁ ସବ୍ୟସାଚୀ ନାୟକ, ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ, ଦେବାଶିଷ ମାରାଣ୍ଡି, କସ୍ତୁରୀ ମହାପାତ୍ର ଓ ସୁଲତା ଦେଓ । ପୂର୍ବରୁ ୧୪ ଜଣ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ବିଜେଡି ଦଳୀୟ ପଦାଧିକାରୀ ସ୍ତରରେ ଅଦଳବଦଳ ହୋଇଥିଲା । ଦେବାଶିଷ ସାମନ୍ତରାୟ, ବିମ୍ବାଧର କୁଅଁର, ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ସସ୍ମିତ ପାତ୍ର, ଆଶିଷ ଚକ୍ରବର୍ତ୍ତୀ ଓ ବିମ୍ବାଧର ବିଶ୍ୱାଳଙ୍କ ସମେତ ଆଉ ୭ଜଣଙ୍କୁ ନୂତନ ଦାୟିତ୍ୱ ମିଳିଛି ।