Odia News Portal

ବୋର୍ଡ ଏକାଦଶ ଦଳରେ ଓଡ଼ିଶାର ରାଜେଶ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ରଣ୍‌ଜୀ ଦଳର ସଦସ୍ୟ ତଥା ପୂର୍ବରୁ ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ୍‌ ଦଳରେ ସ୍ଥାନ ପାଇଥିବା ରାଜେଶ ମହାନ୍ତି ବିସିସିଆଇର ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ପାଇଛନ୍ତି। ସେ ବର୍ତ୍ତମାନ ଭାରତ ଗସ୍ତରେ ଥିବା ଇଂଲଣ୍ଡ ଲାୟନ୍ସ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଘୋଷିତ ଏକ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଚଳିତ ରଣ୍‌ଜୀରେ ହିଁ ପ୍ରଥମ ଶ୍ରେଣୀ କ୍ୟାରିଅର ଆରମ୍ଭ କରିଥିବା ରାଜେଶ ୮ଟି ମ୍ୟାଚ୍‌ ଖେଳି ୪୦ଟି ୱିକେଟ୍‌ ନେଇଛନ୍ତି। ଆସାମ ବିରୋଧରେ ଦୁଇଟି ଇନିଂସ୍‌ରେ ସେ ଯଥାକ୍ରମେ ୫ଟି ଓ ୬ଟି ୱିକେଟ୍‌ ନେଇ ମୋଟ ୧୧ଟି ୱିକେଟ୍‌ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏହି ସ୍ପେଲ ତାଙ୍କ କ୍ୟାରିଅର୍‌ର ଶ୍ରେଷ୍ଠ।