ଏମିତି ଜଣେ ସ୍ବାଧୀନତା ସଂଗ୍ରାମୀ ଏବେ ପରିବାର ଦ୍ବାରା ଅବହେଳିତ ହୋଇି ଅସହାୟ ଅବସ୍ଥାରେ ରାଜରାସ୍ତାରେ ଜୀବନ ବିତାଉଛନ୍ତି: ଆସନ୍ତୁ ଜାଣିବା
ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୨ ବର୍ଷ ବିତିଲାଣି । ସ୍ବାଧିନତା ସଂଗ୍ରାମରେ ଝାସ ଦେଇ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ପାଇଥିବା ଏହି ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଅନେକ ଏବେବି ଅବହେଳିତ । କେତେବେଳେ ସମାଜ ଓ ସରକାରଙ୍କ ଦ୍ବାରା ତ ଆଉ କେତେବେଳେ ନିଜ ପରିବାର ଦ୍ବାରା । ଏମିତି ଜଣେ ସ୍ବାଧୀନତା ସଂଗ୍ରାମୀ ଏବେ ପରିବାର ଦ୍ବାରା ଅବହେଳିତ ହୋଇି ଅସହାୟ ଅବସ୍ଥାରେ ରାଜରାସ୍ତାରେ ଜୀବନ ବିତାଉଛନ୍ତି । ଏ ହେଉଛି ଜଣେ ବୁଢା ବାପା ଓ ଜଣେ ସ୍ବାଧୀନତା ସଂଗ୍ରାମୀ କଥା । ପୁଅ ବହୁ ତାଙ୍କୁ ମାଡମାରି ଗୋଡ ଭାଙ୍ଗି ଦେଲେ । ଖାଇବା ପିଇବା ନ ଦେଇ ଘରୁ ତଡି ଦେଲେ ।
ପରିଣତ ବୟସରେ ଏବେ ରାଜଧାନୀର ରାଜରାସ୍ତାରେ ଅବହେଳିତ ଅବସ୍ଥାରେ ପଡିଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାଜ କିଶୋର ମହାନ୍ତି । ଘର କାକଟପୁର କୁଣ୍ଡଳୀ ଗାଁରେ । ରାଜକିଶୋର ଦିନେ ଭାରତର ସ୍ବାଧୀନତା ସଂଗ୍ରାମରେ ଝାସଦେଇଥିଲେ । ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ଇଂରେଜଙ୍କ ଠାରୁ ଲାଠି ମାଡ ଖାଇଥିଲେ । ଆଉ ଏବେ ପରିଣତ ବୟସରେ ପୁଅ ବୋହୁ ଲାଠି ମାଡ ଦେଉଛନ୍ତି । ସବୁ ସଂଗ୍ରାମ ଏବେ ହାରି ଯାଇଛି ନିଜ ପରିବାର ପାଖରେ । ରାଜ କିଶୋରଙ୍କ ସ୍ତ୍ରୀଙ୍କ ମୃତ୍ୟ ହୋଇସାରିଛି । ଘରେ ଦୁଇ ପୁଅ ଏବଂ ଗୋଟିଏ ଝିଅ । ରାଜକିଶୋର ପାଉଥିବା ସ୍ବାଧୀନତା ସଂଗ୍ରାମୀ ଭତ୍ତା ଉପରେ ପୁଅଙ୍କ ଆଖି । ସେଥିପାଇଁ ସକାଳୁ ଭୁବନେଶ୍ବର କଳ୍ପନା ଛକରେ ଆଣି ଛାଡି ଦେଇଛନ୍ତି ପୁଅ । ସେହି ଛକରେ ଥିବା ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତାଙ୍କୁ ଉଦ୍ଧାର କରିଛି । ସେତେବେଳର ଏମ୍ଏ, ବିଇଡି କରିଥିବା ରାଜକିଶୋର ନିମାପଡା ଅଞ୍ଚଳରେ ନିଜ ଉଦ୍ୟମରେ ଗଢିଛନ୍ତି ଅନେକ ସ୍କୁଲ୍ । ଅନ୍ୟମାନଙ୍କୁ ଶିକ୍ଷାର ଦୀପରେ ଆଲୋକିତ କରିଥିବା ରାଜକିଶୋରଙ୍କ ପିଲାମାନେ ଯେପରି କୁଶିକ୍ଷାର ଅନ୍ଧାର ଭିତରେ ରହିଯାଇଛନ୍ତି