ଭୁବନେଶ୍ୱର: ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେଉଛି ପରେଡ ରିହଲସଲ । ଭୁବନେଶ୍ୱର ଡିସିପି ଅନୁପ ସାହୁ ଏବଂ ଅନ୍ୟ ପୋଲିସ ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୋଲିସ ଡିଜି ଆର.ପି.ଶର୍ମା ପହଂଚି ସାଧାରଣତନ୍ତ୍ର ଦିବସ ପାଇଁ ହେଉଥିବା ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ।
ଏଥର ପରେଡରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ପୋଲିସ, ଅଗ୍ନିଶମ ବିଭାଗ, ବାଟାଲିଅନ ଟିମ ସହ ୫୬ଟି ଗ୍ରୁପ ଭାଗ ନେଇଛନ୍ତି । ଚଳିତ ବର୍ଷ ପରେଡରେ ଆନ୍ଧ୍ର ପ୍ରଦେଶ ପୋଲିସ ଭାଗ ନେଉଛି । ଏହାସହ ମରଚାଣ୍ଟ ନେଭି ପ୍ରଥମଥର ପାଇଁ ଭାଗ ନେଉଛି । ଏହାସହ ଦୁଇଟି ଡେୟାର ଡେଭିଲ ଶୋ ମଧ୍ୟ କରାଯିବ । ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ।OSAPର ଡିଆଇଜି ହିମାଂଶୁ ଲାଲଙ୍କ ତତ୍ତ୍ବାବଧାନରେ ପରେଡ ପରିଚାଳନା ହେବ । ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ।
ସାଧାରଣତନ୍ତ୍ର ଦିବସ ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି । ମାଓ ଉପଦ୍ରବ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ସବୁ ଏସ୍ପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟସ୍ତରୀୟ ପରେଡରେ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି । ଏହାସହ ୨ଟି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍, ୧୫୦ ଅଫିସର ନିୟୋଜିତ ରହିବେ ।
୬୦ଟି ସିସିଟିଭି ମଧ୍ୟ ଲଗାଯିବ ବୋଲି ଆର.ପି.ଶର୍ମା ସୂଚନା ଦେଇଛନ୍ତି ।