Odia News Portal

ଆଦିବାସୀ ମେଳା- ୨୦୧୯ ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ଇଡକଲ ଅଡିଟୋରିୟମରେ ଆଦିବାସୀ ମେଳା ୨୦୧୯ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ମାନଙ୍କର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ୍‌ ୧୮୦ ଟି ଷ୍ଟଲ ଲାଗିଛି । ଆଦିବାସୀ ଗ୍ରାମରେ ୨୧ ଟି ଆଇ.ଟି.ଡି.ଏ ଓ ତିନୋଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କର ୨୪ ଗୋଟି ପାରମ୍ପରିକ ଗୃହ ସହିତ ଗୃହ ଉପକରଣ ଚଳଣି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି ।

ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୁଢି ମାଂସ ,ପାଳୁଅ ଓ ମାଣ୍ଡିଆ ଜାଉ ମାଣ୍ଡିଆ ପିଠା ର ମଜ୍ଜା ନେଉଛନ୍ତି ଦର୍ଶକ ମାନେ । ଆଦିବାସୀ ଅନ୍ୟ ଏକ ଆକର୍ଷଣ ସାଜିଛି ଜନଜାତିଙ୍କ ପାରମ୍ପରିକ ନୃତ୍ୟ ସଂଙ୍ଗୀତ ନାଟକ ଆଦି ସାଂସ୍କୃତିକ କାଯ୍ୟର୍କ୍ରମ ଲୋକମାନେ ଦେଖୁଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷ୍ଟଲ ଗୁଡିକରେ ଭିଡ ଦେଖିବାକୁ ମିଳୁଛି । ଜାନୁଆରୀ ୨୬ ରୁ ଆରମ ହୋଇଥିବା ଏହି ମେଳା ଫେବୃୟାରୀ ୯ ଯାଏ ଚାଲିବ