Odia News Portal

ଆରମ୍ଭ ହେଲା ପ୍ରିପେଡ କାର ସେବା : ୫ କିଲୋ ମିଟରକୁ ୨୧୦ ଟଙ୍କା

ଭୁବନେଶ୍ବର: ବିଜୁ ପଟନାୟକ ବିମାନ ବନ୍ଦରରେ  ଆରମ୍ଭ ହେଲା ପ୍ରିପେଡ କାର ସେବା । ଜଣେ ଯାତ୍ରୀ ଏୟାରପୋର୍ଟରୁ ଜଦି ୫ କିଲୋମିଟର ପର୍ଯ୍ୟନ୍ତ ଟ୍ୟାକ୍ସି ଏହି ପ୍ରିପେଡ କେନ୍ଦ୍ରରୁ ନେବ ତେବେ ଗ୍ରାହକଙ୍କୁ ଦେବାକୁ ପଡିବ ୨୧୦ ଟଙ୍କା । ପୂର୍ବରୁ ଏୟାର ପୋର୍ଟରେ କୌଣସି ବିମାନ ଯାତ୍ରୀ ଓହ୍ଲାଇଲେ ବିମାନ ବନ୍ଦର ବାହାରକୁ ଯିବାକୁ କୌଣସି ନା କୌଣସି ଟ୍ୟାକ୍ସିର ସହାୟତା ନେଇଥାନ୍ତି । ଏଥିପାଇଁ କିଲୋମିଟର ପିଛା କୌଣସି ରେଟ ଧାର୍ଯ୍ୟ କରାଯାଇନଥାଏ । ଟ୍ୟାକ୍ସି ଚାଳକ ମନଇଛା ଗ୍ରାହକଙ୍କୁ ଲୁଟିଥାନ୍ତି । ଏଥିପାଇଁ ବାରମ୍ବାର ଏୟାପୋର୍ଟ ଅଥରିଟି ଓ କମିସନରେଟ ପୋଲିସ ଆଗରେ ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ସହାୟତାରେ ଏୟାରପୋର୍ଟ ଭିତରେ ଏକ ପ୍ରିପେଡ ଟ୍ୟାକ୍ସି ସେବାକୁ ଉଦଘାଟନ କରିଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି ।