ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗଁ। ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଂଚାୟତ ପିଇଓ ଏବଂ ସରପଂଚ ଉଭୟ ମିଳିତ ଭାବେ ପଂଚାୟତକୁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ଘଟଗଁ। ବ୍ଲକ୍ ପ୍ରଶାସନ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ଗତ କିଛି ଦିନ ତଳେ ପଂଚାୟତକୁ ଯାଇ କୌଣସି କାଗଜ ପତ୍ର ପାଇ ନଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲା ।
ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବା ସହିତ ବ୍ୟାଙ୍କ୍ ଷ୍ଟେଟମେଣ୍ଟକୁ ଯାଂଚ କରିବା ପରେ ସରପଂଚ ଓ ପିଇଓ ମିଳିତ ଭାବରେ ପାଖାପାଖି ୨୨ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡିଥିଲା । ତାପରେ ଏ ବାବଦରେ ଜିଲ୍ଲା ପ୍ରଶାସନ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ବିଡିଓଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ବିଡିଓ ଘଟଗଁ। ଥାନାରେ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ ଗତକାଲି ରାତିରେ ପିପିଳିଆ ପଂଚାୟତ ସରପଂଚଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ନିଲମ୍ବିତ ପିଇଓ ଫେରାର ଥିବା ଜଣାପଡିଛି ।
