Odia News Portal

୧୨ ମହିଳା ଲୁଟେରା ଅଟକ

କଳାହାଣ୍ଡି : କଳାହାଣ୍ଡି କେସିଙ୍ଗା ରେଳଷ୍ଟେସନରେ ତପସ୍ୱିନୀ ଟ୍ରେନ ସମ୍ବଲପୁର ରାୟଗଡା ଟ୍ରେନ ରେ ବଲାଙ୍ଗୀର ରୁ ଆସୁଥିବା ମହିଳା ଯାତ୍ରୀ ଙ୍କୁ କେସିଙ୍ଗା ଷ୍ଟେସନ ରେ ଗହଣା ଥିବା ଭେନିଟି ବେଗ କୁ ଲୁଟ କରୁଥିବାବେଳେ କେସିଙ୍ଗା ପୋଲିସ ଦ୍ୱାରା ୧୨ ମହିଳା ଲୁଟେରା ଙ୍କୁ ଅଟକ ରଖାଯାଇ ଟିଟିଲାଗଡ ଜି ଆର ପି କୁ ସୂଚନା ଦିଆଯାଇଛି।

ଭବାନୀପାଟଣା ର କଳ୍ପନା ମିଶ୍ର ନାମ୍ନୀ ମହିଳା ଜଣକ ବଲାଙ୍ଗୀର ରୁ ଏହି ଟ୍ରେନ ରେ କେସିଙ୍ଗା ଆସିଥିଲେ।ତାଂକ ପାଖରେ ବସିଥିବା ଇମିଟେସନ ବିକ୍ରୀ କରୁଥିବା ଅଳଙ୍କାର ବିକ୍ରୀ ବାହାନା ରେ ତାଂକ ସିତ ନିକରେ ବସି ଓଲ୍ହାଇବାବେଳେ ବେଗ ଲୁଟୁଥିଲେ।କେସିଙ୍ଗା ପୋଲିସ ଖବର ପାଇ ଏମାନଙ୍କୁ ପଚରାଉଚୁରା ପରେ ଚୋରି ସୁନା କଥା ଧରାପଡିଥିଲା।ପରେ ପୋଲିଡ଼ ଏହା ରେଳ ବିଭାଗ ଅଧୀନରେ ଥିବାରୁ  ଏହି ଲୁଟେରା ଙ୍କୁ ଅଟକ ରଖି ଟିଟିଲାଗଡ଼ ଜି ଆର ପି କୁ ସୂଚନା ଦେଇଛି।