ଭୁବନେଶ୍ୱର : ସ୍ୱାମୀ ପ୍ରତିଦିନ ଫୂର୍ତ୍ତିହୋଇ ଘରକୁ ଫେରିବାରୁ ସ୍ତ୍ରୀଙ୍କର ସନ୍ଦେହ ହୋଇଥିଲା । ତେଣୁ ଦିନେ ତାଙ୍କ ପଛେ ପଛେ ଗଲେ । ଦେଖିଲେ ସ୍ୱାମୀ ପଶିଲେ ମ୍ୟାସେଜ ସେଣ୍ଟରରେ । ସ୍ତ୍ରୀ ଜଗିରହିଲେ ବାହାରେ । ହେଲେ ସମସ୍ତେ ଯିବାପରେ ବି ସ୍ୱାମୀ ବାହାରିଲେ ନାହିଁ । ତେଣୁ ସ୍ତ୍ରୀ ପାଟିତୁଣ୍ଡ ଆରମ୍ଭ କରିଦେଲେ । ସ୍ୱର ମିଳାଇଲେ ସ୍ଥାନୀୟ ଲୋକେ ।
ପୁଲିସ୍ ଆସି ଘର ଖାନତଲାସ କରିବାରୁ ପାଇଖାନା ଭିତରେ ଲୁଚିଥିବା ବିଚରା ସ୍ୱାମୀ ବାହାରିଲେ । ସ୍ତ୍ରୀଙ୍କ ଭୟରେ ପାଇଖାନା ଭିତରେ ଲୁଚିଥିବା ସ୍ୱାମୀଙ୍କୁ ଘରଣୀ ସର୍ବସ୧ୁଖରେ ଧୁଲେଇ କଲେ । ହେଲେ ପୁଲିସ୍ ଥିବାରୁ ଅଧିକ କିଛି ହୋଇପାରିଲା ନାହିଁ । ସ୍ୱାମୀଙ୍କୁ ସେବା ଯୋଗାଉଥିବା ତରୁଣୀମାନେ ଘର ପଛପଟ ଦେଇ ପାର୍ ହୋଇଯାଇଥିବାରୁ ରଣଚଣ୍ଡୀ ଅବତାରରେ ଥିବା ସ୍ତ୍ରୀ ଜଣଙ୍କ ବି ସେମାନଙ୍କର କିଛି କରିପାରିଲେ ନାହିଁ ।
ଅଘଟଣା ଆଶଙ୍କାରେ ତିନି ଥାନାର ମୁଖିଆ ବି ଦଳବଳ ସହିତ ପହଞ୍ଚି ଯାଇଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ଥାନୀୟ ଶାସ୍ତ୍ରୀନଗର ଅଞ୍ଚଳରେ । ଗତ ଦୁଇଦିନ ତଳେ ପୁଲିସ୍ ଚଢାଉ କରିଥିବା ମ୍ୟାସେଲ ପାର୍ଲରରେ ଏହି ଘଟଣାଟି ଘଟିବାରୁ ତାହା ଲୋକଲୋଚନକୁ ଆସିପାରିଛି । ତେବେ ପୁଲିସ୍ ଏହି ଘଟଣାରେ କାହାରିକୁ ଗିରଫ କରିନାହିଁ । କାରଣ ସମ୍ପୃକ୍ତ ମ୍ୟାସେଜ ସେଣ୍ଟରରୁ କୌଣସି ମହିଳା କିମ୍ବା ଆପତ୍ତିଜନକ ସାମଗ୍ରୀ ପୁଲିସ୍ର ହସ୍ତଗତ ହୋଇନାହିଁ ।
କେବଳ କିଛି କାଗଜପତ୍ର ମିଳିଛି । ସେଣ୍ଟରର ଜଣେ କର୍ମଚାରୀଙ୍କୁ ସାଙ୍ଗରେ ନେଇଥିବା ପୁଲିସ୍ ପାହାନ୍ତିଆ ପହରରେ ଛାଡି ଦେଇଥିବାବେଳେ ସମ୍ପୃକ୍ତ ମହିଳାଙ୍କ ଗୁଇନ୍ଦାଗିରି ଓ ତାଙ୍କ ପତ୍ନୀ ପାଇଖାନା ଭିତରେ ଲୁଚିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୃକ୍ତ ପତି-ପତ୍ନୀ କୁଆଡେ ୮ନମ୍ବର ଅଞ୍ଚଳର ବୋଲି କୁହାଯାଉଛି । ତେବେ ପୁଲିସ୍ ଏ ନେଇ କିଛି ସ୍ପଷ୍ଟ କରିନାହିଁ ।
