Odia News Portal

ଦୁଇ ଦିନିଆ ତାମିଲ କାର୍ଯକ୍ରମ : ସାମିଲ ହୋଇଛନ୍ତି ୨୧ଟି ଲୋକସଭା ଜିଲ୍ଲା ନିର୍ବାଚନ ଓ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀ ହଲରେ ଚାଲିଛି ଦୁଇ ଦିନିଆ ତାମିଲ କାର‌୍ୟ୍ୟକ୍ରମ। ଏହି ଶିବିରରେ ସାମିଲ ହୋଇଛନ୍ତି ୨୧ଟି ଲୋକସଭା କ୍ଷେତ୍ରର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ କିଛି ପ୍ରଶାସନିକ ଅଧିକାରୀ। ପ୍ରଥମ ଦିନରେ ଚୂଡାନ୍ତ ଭୋଟର ତାଲିକା, ଭୋଟ ଗ୍ରହଣ କେନ୍ଦ୍ରର ବ୍ୟବସ୍ଥା, ସମ୍ବେଦନଶୀଳ ଅଞ୍ଚଳ, ସୁରକ୍ଷା ବ୍ୟବସ୍ଥା, ଆଦର୍ଶ ଆଚରଣ ବିଧି ଓ ଇଲେକସନ ସ୍ପେଣ୍ଡିଂ ମନିଟରିଂ ସଂକ୍ରାନ୍ତରେ ତାଲିମ ଦିଆଯାଇଛିା ସେହିପରି ଇଭିଏମ୍, ଭିଭିପାଟ୍ ଓ ପେଡ୍ ନ୍ୟୁଜ ଉପରେ ବି ଦିଆଯିବ ତାଲିମ୍। ଆଇଟି ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ ।