Odia News Portal

ଘାଟିରେ ଖସିଲା ବସ୍, ୨୦ରୁ ଅଧିକ ଆହତ

ଭୁବନେଶ୍ବର : ଗଜପତି ଜିଲ୍ଲା ମର୍ଲବା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି ଯାତ୍ରୀବାହୀ ବସ ଇସ୍ପାତ । ଫଳରେ ଏଥିରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ ରୁ ଅଧିକ ଗୁରୁତର ହୋଇଛନ୍ତି ।

ବସଟି ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଯାଉଥିବାବେଳେ ଆଜି ଭୋର ସମୟରେ ଦୁର୍ଘଟଣା ହୋଇଛି । ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖଜୁରିପଦା ଓ ରାୟଗଡା ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ଘାଟିର ପ୍ରାୟ ୨୦ ଫୁଟ ତଳକୁ ଖସିପଡିଛି ।