Odia News Portal

ସ୍ୱର୍ଣ୍ଣ ଜିତିଥିବା ତିନି କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ

ଭୁବନେଶ୍ବର : ରାଞ୍ଚିରେ ଅନୁଷ୍ଠିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ଜିତିଥିବା ତିନି କ୍ରୀଡ଼ାବିତ୍‌ଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କ୍ରୀଡାବିତ୍‌ମାନଙ୍କୁ ଉତ୍ତରୀୟ ଓ ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ଅବସରରେ ଧାବିକା ଦୂତୀ ଚାନ୍ଦ, ହଡଲ୍ସ ଦୌଡରାଣୀ ଜୌନା ମୁର୍ମୁ, ଅମୀୟ ମଲ୍ଲିକଙ୍କୁ ସମ୍ବୋଦ୍ଧିତ କରାଯାଇଛି । ଏହି କ୍ରୀଡାବିତ୍‌ମାନେ ବର୍ତ୍ତମାନ କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧୟନ କରୁଛନ୍ତି ।