Odia News Portal

ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ରକ୍ତଦାନ ଶିବିର : ଝିଆ ଆଗରେ

ପୁରୀ : ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପରିସରରେ ସମର୍ପଣ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକମକୁ ମୁଖ୍ୟ ଅଥିତିଭାବେ ଯୋଗ ଦେଇଥିଲେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତ ମିଶ୍ର ଓ ଉପାଅଧ୍ୟକ୍ଷ ଡ଼. ଶଙ୍କରଶଣ ଦାସ। ସମର୍ପଣ ରକ୍ତଦାନ ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତ ମିଶ୍ର ଉଦ୍ଘାଟନ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ୧୦୮ ୟୁନିଟ ସଂଗ୍ରହ କରାଯାଇଛି। କିନ୍ତୁ ଚମକାଇଦେଲା ଭଳି କଥା ହେଉଛି ପୁଅଙ୍କ ତୁଳନାରେ ଝିଆ ଆଗରେ ହେଉଛିନ୍ତି ୯୦ଜଣ ଝିଆ ରକ୍ତଦାନ କରିଥିବାର ଦୃଶୀୟ ଆଗକୁ ଆସିଛି। ସଭାପତି ଡ଼. ଅଭିମାନଙୁ ଭୁଇଁଆ, ସମର୍ପଣ ସମ୍ପାଦିକା ଜୟନ୍ତି ମହାପାତ୍ର, ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର, ପ୍ରଭାତ ପାଣିଗ୍ରାହୀ, ସୋମ୍ୟ ରଞ୍ଜନ ପାତ୍ର, ସାଗରିକ ରଥ, ଜନାର୍ଦନ ବେହେରା, ସୂବେନ୍ଧୁ ସାମନ୍ତରାୟ, ମୀଠୀ ମିଶ୍ର, କେଦାର ମହାପାତ୍ର, ବିଭୁଦତ ସୁବୁଧି, ସତ୍ୟ ପାତ୍ର, ମାଧବ ସୁବୁଧି, ଓମ ପ୍ରକାଶ ମହାନ୍ତି, ସତ୍ୟ ନାରାୟଣ ସାହୁ ଓ କଲେଜର ଛାତ୍ର ଓ ଛାତ୍ରୀଙ୍କ ସହଯୋଗରେ ଏହା ସମ୍ପର୍ଣ ହୋଇଥିଲା ।