Odia News Portal

ସିଝିଲା ରାଜଧାନୀ

– ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଓଡିଶାର ଅଧିକାଂଶ ସ୍ଥାନ ଡହ ଡହ ଖରାରେ ସିଝୁଛି । ରବିବାର ୧୭ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ ହୋଇଛି । ସେଥିରୁ ୪ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଗତକାଲି ଭଳି ରବିବାର ମଧ୍ୟ ରାଜଧାନୀ ଭୁବନେଶ୍ୱର ୪୩.୨ ଡିଗ୍ରୀ ସହ ସବୁଠାରୁ ଉତପ୍ତ ସହର ରହିଛି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା୪୨.୧ ଡିଗ୍ରୀ ରହିଥିଲା । ଆସନ୍ତାକାଲି ମଧ୍ୟ ଏହିଭଳି ସ୍ଥିତି ଜାରି ରହିବ ବୋଲିପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


ସୂଚନା ଅନୁଯାୟୀ ରବିବାର ଦିନ ଭୁବନେଶ୍ୱରରେ ସର୍ବାଧିକ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୨. ୫ , ବାରିପଦାରେ ୪୨.୪ , ଟିଟିଲାଗଡରେ ୪୨, ଝାରସୁଗୁଡା ୪୧.୮ , ସମ୍ବଲପୁର ୪୧.୫,ନୟାଗଡ ୪୧.୫ , ବଲାଙ୍ଗୀର ୪୧.୨ , ତାଳଚେର ୪୧.୧, ସୁନ୍ଦରଗଡ ୪୧, ସୁବର୍ଣ୍ଣପୁର ୪୧ , ବାଲେଶ୍ୱର ୪୦.୯, ଅନୁଗୁଳ ୪୦.୯ ,କଟକ ୪୦.୮, ଭବାନୀପାଟଣା ୪୦.୬, ହୀରାକୁଦ ୪୦.୩ , ମାଲକାନଗିରି ୪୦ ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲି ୩୯.୭ , ଫୁଲବାଣୀ ୩୯.୪ , ପାରଳାଖେମୁଣ୍ଡି ୩୮.୫ , ରାୟଗଙଡାରେ ୩୮ ଡିଗ୍ରୀ ତାପମାତ୍ରାରହିଛି ।