Odia News Portal

୩ଟା ସୁଦ୍ଧା ୫୬.୫ ପ୍ରତିଶତ ଭୋଟିଂ

ଭୁବନେଶ୍ବର()  ବିଜେପୁରରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଅପରାହ୍ନ ୫ଟା ଯାଏଁ ଚାଲିବ ମତଦାନ । ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୧୦ଟା ୩୦ ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଥିଲା । ସେହିଭଳି ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ଭୋଟିଂ ହୋଇଛି ।୩ଟା ସୁଦ୍ଧା ୫୬.୫ ପ୍ରତିଶତ ଭୋଟିଂ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଅପରାହ୍ନ ୫ଟା ସୁଦ୍ଧା ଭୋଟ ଗ୍ରହଣ ପ୍ରକି୍ରୟା ଚାଲିଲେ ମଧ୍ୟ ଯେଉଁ ଭୋଟର ମାନେ ୫ଟା ସୁଦ୍ଧା ଭୋଟ ଗ୍ରହଣ କେନ୍ଦ୍ରରେ ପଂହଚି ସାରିଥିବେ ସେମାନଙ୍କୁ ଯେତେ ବିଳମ୍ବ ହେଲେ ମଧ୍ୟ ଭୋଟ ଦେବାର ସୁଯୋଗ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଏସ.କେ ଲୋହାନି ସୂଚନା ଦେଇଛନ୍ତି ।