କେନ୍ଦ୍ରାପଡ଼ାରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ By swadhikarnews Last updated Dec 11, 2019 ରାଜନଗର : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଟି ନେଇଛନ୍ତି। ଏହା ଜଣାପଡ଼ିବା ପରେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୨ରେ ରାଜନଗରର ତତ୍କାଳୀନ ବିଧାୟକଙ୍କ ଦ୍ୱାରା ବିଜୁ ସ୍ମୃତି ସଂସଦ ଘର ନିର୍ମାଣ କରାଯାଇ ବିଜୁବାବୁଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। Share