Odia News Portal

ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ୮୧ ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣତି । କାଉଁଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ନିର୍ବାଚନରେ ଭୋଟ ହାର ଥିଲା ୬୫.୧୭ପ୍ରତିଶତ।

ଅପରାହ୍ନ ସୁଦ୍ଧା ଫଳାଫଳ ଆସିବାର ସମ୍ଭାବନା ରହିଛି । ସ୍ପଷ୍ଟ ହେବ ରଘୁବର ରାଜ୍‌ ଚାଲିବ ନା ହେମନ୍ତ ସୋରେନ୍‌ ? ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା।