Odia News Portal

ଚନ୍ଦ୍ରଶେଖରପୁରରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ୱର : ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଉତ୍ତର
ବିଧାୟକ ଏବଂ ୮ନଂ ୱାଡର କର୍ପୋରେଟର ମୋନାଲିସା ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଆଗରେ ହାର ମାନିଲା ବର୍ଷା, ଯୋଗ ଦେଲେ ହଜାର ହଜାର ନେତା ଓ କର୍ମୀ । ଯେତେ ଯୋର ବର୍ଷା ସେତେ ଜୋର ଶୁଭୁଥିଲା ଜୟ ନବୀନ, ଜୟ ବିଜେଡି ।

ଆଜି ଉତ୍ତର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ୱାର୍ଡ ନଂ ୮ରେ
ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଏବଂ ପୂର୍ବତନ କର୍ପୋରେଟର ମୋନାଲିସା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପଦଯାତ୍ରା ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପଠାରୁ ବାହାରି, ହାଉସିଂବୋର୍ଡ କଲୋନୀ, ମୁଣ୍ଡାସାହି ବସ୍ତି ଇତ୍ୟାଦି ପରିକ୍ରମା କରି ହାଟସାହି ବସ୍ତି ପାଖରେ ପହଞ୍ଚିଥିଲା ।

ସେଠାରେ ଜିଲ୍ଲା ସଂଗଠନ ସଭାପତି ଅମରେଶ ଜେନାଙ୍କ
ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ସାଂସଦ ପାର୍ଥୀ ଅରୁପ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର, ରାଜ୍ୟ ସଂପାଦକ ଦୁର୍ଗା ସାମନ୍ତରାୟ, ଯୁବ ସଭାପତି ଅମରଜିତ୍ ସେନାପତି, ମହିଳା ସଭାପତି ଭାରତି ସିଂ, ବରିଷ୍ଠ ନାଗରିକ ସଂଘ ସଭାପତି ଅବନିନ୍ଦ୍ର
କର, ଯୁବ ସମାଜ ସେବୀ ମନୋଜ ସାହୁ, ମିହିର ରାଉତ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତ ରାୟ, ସୂର୍ଯ୍ୟକାନ୍ତୀ ଜେନା, ସମୀର ପ୍ରଧାନ, ମମତା ରାଉତ, ହରିଶ ମୁର୍ମୁ, ଦେବୀ ପ୍ରସାଦ ମଲ୍ଲିକ, ଓ ଅନ୍ୟମାନେ ଯୋଗ ଦେଇଥିଲେ । ଏଥି ସହିତ ବହୁ ଯୁବବାହିନୀ, ମହିଳା ସଂଗଠନ ଏବଂ ଦଳିୟ କର୍ମକତା ପ୍ରମୁଖ ଯୋଗ ଦାନ କରିଥିଲେ ।

ବିଧାୟକ ଶ୍ରୀରାଉତ ତାଙ୍କ ଅଭିଭାଷଣରେ କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ଏବଂ ଜନହିତକର ଯୋଜନା ଗୁଡିକ କିପରି ଘରେ ଘରେ ପହଞ୍ଚିବ ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ବର୍ଷାରେ
ଭିଜିଭିଜି ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ।

ବିଶେଷ ଆକର୍ଷଣ ଥିଲା ବିରାଟକାୟ ଶଙ୍ଖ ଓ ଆଦିବାସୀ ନୃତ୍ୟ । ଶେଷରେ ସମରେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।