ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟସଭା ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି । ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ଥିବା ବେଳେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅଛନ୍ତି ଅମର ପଟ୍ଟନାୟକ ।
ଅନ୍ୟପଟେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ଯିଏ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ସେହିଭଳି ବିଜୁ ଜନତା ଦଳର ମୁଖପାତ୍ର ଅଛନ୍ତି ସସ୍ମିତ ପାତ୍ର । ତେବେ ରାଜ୍ୟସଭା ରେସରୁ ବାଦ୍ ପଡିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।