ଭୁବନେଶ୍ବର : ଯାଜପୁର ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଆସନ୍ତା ୫ରେ ରାଜରାସ୍ଥାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । କର୍ମଜୀବୀ ମହିଳାଙ୍କ ଉପରେ ନିର୍ଯ୍ୟାତନା ପ୍ରସଙ୍ଗ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛି ବିଜେପି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ।
କର୍ମଜୀବୀ ମହିଳାଙ୍କ ଉପରେ ବଢୁଥିବା ନିର୍ଯ୍ୟାତନାକୁ ପ୍ରତିବାଦ କରି ଆସନ୍ତା ୫ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବ । ଏକ ପ୍ରେସମିଟରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ଗତ ଦୁଇ ସପ୍ତାହରୁ ଅଧିକ ହେଲେ ମଧ୍ୟ ସ୍ମିତାରାଣୀ ମୃତ୍ୟୁ ମାମଲାର ଅସଲ ତଥ୍ୟ ସାମନାକୁ ଆସିନାହିଁ ।
ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡ଼ାଉଛି । ଯାଜପୁର ଏସପି ଚରଣ ସିଂ ମିନାସ ସ୍ମିତାରାଣୀଙ୍କ ଚରିତ୍ରକୁ ନେଇ ଦେଇଥିବା ତଥ୍ୟ ଅତ୍ୟନ୍ତ ନିନ୍ଦନୀୟ । ତେଣୁ ତାଙ୍କ ବିରେଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବିଜେପି ।
