Odia News Portal

ରାଜ୍ୟ ସଭାପତି ପାଇଁ ଵିଜେପିର ଛକାପଞ୍ଝା

ଭୁବନେଶ୍ୱର : ଆସନ୍ତା ନୂଆବର୍ଷରେ ରାଜ୍ୟ ବିଜେପି ବାଛିବାକୁ ଯାଉଛି ତା’ର ନୂଆ ମଙ୍ଗୁଆଳ ।  ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ଥିବା ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଚଳିତ ମାସରେ ପୁରି ଯାଉଥିବାରୁ ଏହି ପଦବୀ ପାଇଁ  ନୂଆ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀ ପଣ୍ଡା ଏହା ମଧ୍ୟରେ ବିଧାନସଭା ଛାଡ଼ି ଲୋକସଭାକୁ ଯିବା ପରେ  ତାଙ୍କ ସ୍ଥାନରେ ନୂଆ ସଭାପତି ହେବା ପାଇଁ ଦଳ ମଧ୍ୟରେ ଆଶାୟୀଙ୍କ ସଂଖ୍ୟା ବଢିଚାଲିଛି । ପୂର୍ବରୁ ସଭାପତି ଥିବା କନକ ବର୍ଦ୍ଧନ ସିଂଦେଓ, ଜୁଏଲ ଓରାମ ମୁଖ୍ୟ ଦାବିଦାର ଭାବେ ବର୍ତ୍ତମାନ ଉଭା ହୋଇଛନ୍ତି । ଯଦିଓ ଏମାନଙ୍କ ସହିତ ବିଜେପିର ଯୁବ ଗୋଷ୍ଠୀମାନଙ୍କ ପକ୍ଷରୁ ବହୁ ଆଶାୟୀ ବାହାରିଛନ୍ତି ତଥାପି ଏ ଦୁଇ ଜଣଙ୍କ ପଲା ଏବେ ଭାରି ଜଣାପଡୁଛି ।
ପ୍ରଥମତଃ କନକ ବର୍ଦ୍ଧନ ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଛନ୍ତି । ସେ ବର୍ତ୍ତମାନ ସେଭଳି କୌଣସି ଦଳୀୟ ପଦପଦବୀରେ ନ ଥିବା ଯୋଗୁଁ ସ୍ୱାଭାବିକ ଭାବେ ସେ ଏଥର ରାଜ୍ୟସଭାପତି ହେବା ପାଇଁ ଅଣ୍ଟା ଭିଡିଛନ୍ତି । ସେହିପରି ପୂର୍ବରୁ ରାଜ୍ୟ ସଭାପତି ଥିବା ଓ କେନ୍ଦ୍ରରୁ ମନ୍ତ୍ରୀ ଥିବା ଜୁଏଲ୍ ଓରାମ ମଧ୍ୟ ଏହି ପଦବୀ ପାଇଁ ପାଟିରୁ ଲାଳ ଗଡ଼ାଇବା ଆରମ୍ଭ କରିଛନ୍ତି ।  କାରଣ ଗତ ନିର୍ବାଚନରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଏଥର ନରେନ୍ଦ୍ର ମୋଦି ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ନ ଦେଇ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଅଧିକ ଗୁରୁତ୍ୱ ଦେବା ପରେ ଜୁଏଲ କ୍ଷୁବ୍ଧ ହୋଇପଡିଛନ୍ତି । ଏହା ବ୍ୟତୀତ ଗତ ୫ ବର୍ଷର କେନ୍ଦ୍ର ମନ୍ତ୍ରୀ ଭାବେ ଜୁଏଲ୍ଙ୍କର ନିଜ ରାଜ୍ୟ କିମ୍ବା ଦେଶର ରାଜନୈତିକ ମହଲରେ ସେ ସେଭଳି କୌଣସି ପ୍ରଭାବ ପକାଇ ପାରିନଥିବାରୁ ଏଥର ସେ ମୋଦିଙ୍କ ଆଶୀର୍ବାଦରୁ ଦୂରେଇ ଯାଇଛନ୍ତି । ଏଭଳି ପରିସ୍ଥିତିରେ ସେ ମଧ୍ୟ କଳେବଳେ କୌଶଳେ ରାଜ୍ୟ ସଭାପତି ପଦ ହାତେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।
୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ନେତାଙ୍କ ହାତରେ ରାଜ୍ୟ ପଦ୍ମ ଶିବିରର ଦାୟିତ୍ୱ ରହିଆସଛି । ତେଣୁ ଚଳିତଥର ଉପକୂଳ ଓଡିଶାର ନେତାଙ୍କୁ ବିଜେପି ସଭାପତି ପଦରେ ବସାଇବା ପାଇଁ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଉପକୂଳ ଓଡିଶା କୋଟାରୁ ସମୀର ମହାନ୍ତିଙ୍କ ନାଁ ସର୍ବାଗ୍ରେ ଅ ।ସୁଛି । ବିଜେପିର ଉପସଭାପତି ରହିଥିବା ସମୀର ଦୀର୍ଘଦିନ ଧରି ଦଳ ପାଇଁ କାମ କରି ଅ ।ସୁଛନ୍ତି ।  ସଂଘ ପରିବାରର ଏହି ଅ ।ଗ ଧାଡିର ନେତା ୨୦୧୯ରେ ନିର୍ବାଚନ ଲଢିବାକୁ ସୁଯୋଗ ପାଇନଥିବା ବେଳେ ସଭାପତି ପଦ ଦେଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପିର କିଛି ଗୋଷ୍ଠୀ ପ୍ରୟାସ ଚଳାଇଛନ୍ତି । ଅନ୍ୟପଟେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ସଭାପତି ସଭାପତି ଦୌଡ଼ରୁ ପଛରେ ପଡିନାହାଁନ୍ତି ।
ଅନ୍ୟପଟେ କନକ ବର୍ଦ୍ଧନ ସିଂହଦେଓଙ୍କୁ ନେଇ ମଧ୍ୟ କମ ଚର୍ଚ୍ଚା ହେଉନାହିଁ । ପଶ୍ଚିମ ଓଡିଶାର ଏହି ଟାଣୁଅ । ନେତାଙ୍କୁ ପୁଣିଥରେ ପଦ୍ମ ଦଳର ମୁଖିଅ । କରିବାକୁ ଏବେଠୁ ଦିଲ୍ଲୀରେ ଲବି ଅ ।ରମ୍ଭ ହେଲାଣି । ସଭାପତି ଭାବେ କନକଙ୍କ କ୍ୟାରିୟର ଗ୍ରାଫ୍ ଏତେ ଭଲ ନଥିଲେ ମଧ୍ୟ ପଶ୍ଚିମ ଓଡ଼଼ିଶାର ବଡ ସଙ୍ଗଠକ ଭାବେ ଏହି ରେସରେ ସେ ଅ ।ଗରେ ରହିଛନ୍ତି । କେଭି ସଭାପତି ଥିବା ସମୟରେ ଦଳ ଏତେଟା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏବେ ରାଜ୍ୟ ବିଜେପିରେ ·ଲିଥିବା ଗୋଳମାଳିଅ । ସ୍ଥିତି ତାଙ୍କୁ ବେଶ ସୁହାଇବ ବୋଲି କୁହାଯାଉଛି ।
ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ରହିଥିବା ବେଳେ କେଭିଙ୍କୁ ଏହାର ଫାଇଦା ମିଳିପାରେ । ଏହାଛଡା ୨୦୧୯ରେ କେଭି ପରାସ୍ତ ହୋଇଥିବାରୁ ତାଙ୍କୁ ସଭାପତି ପଦ ଦେଇ ଥଇଥାନ କରିବାକୁ ଦିଲ୍ଲୀ ଦରବାରରୁ ଅ ।ସିପାରେ ନିର୍ଦ୍ଦେଶ ।
ଅନ୍ୟପଟେ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିସରକୁ ଅ ।ସିଛି । ଜୁଏଲଙ୍କ ପାଇଁ ମଧ୍ୟ କିଛି ଗୋଷ୍ଠୀ ଲବି କରୁଥିବାର ଖବର ସାମ୍ନାକୁ ଅ ।ସିଛି  । ସେହିପରି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି ରେସରେ ଅଛନ୍ତି  । ଏସବୁ ଲବି ଭିତରେ ବିଜେପିର ସାଂଗଠନିକ ପ୍ରକ୍ରିୟା ଅ ।ରମ୍ଭ ହୋଇଯାଇଛି । ବିଭିିନ୍ନ ଜିଲ୍ଲାର ଜିଲ୍ଲା ସଭାପତି, ବରିଷ୍ଠ ନେତା ଓ ପ୍ରଭାରୀଙ୍କୁ ନେଇ ଘନ ଘନ ବୈଠକ ଚାଲିଛି  । ଡିସେମ୍ବର ୨୨ ସୁଦ୍ଧା ସରିବ ବିଜେପିର ସାଂଗଠନିକ ପ୍ରକିୟା ସରିବା ପରେ ଜିଲ୍ଲା ସଭାପତି, ପ୍ରଭାରୀ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ରିପୋର୍ଟକୁ ଦିଲ୍ଲୀକୁ ପଠାଯିବ ।ସଭାପତି କିଏ ହେବ ସେନେଇ ଚୂଡାନ୍ତ ଘୋଷଣା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।