Odia News Portal

ଏହି ବିଜେପି ନେତାଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ନୂଆଦିଲ୍ଲୀ : ହରିଆଣାରୁ ଦୁଇ ଥର ସାଂସଦ ରହିସାରିଥିବା ବିଜେପି ନେତା ସୁରେନ୍ଦ୍ର ବରଓ୍ବାଲାଙ୍କ ପୁଅ ପ୍ରଶାନ୍ତଙ୍କ ବିରୋଧରେ ଦିଲ୍ଲୀ ଶକରପୁର ପୋଲିସ ଷ୍ଟେସନରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ ହୋଇଛି। ପ୍ରଶାନ୍ତଙ୍କ ବିରୋଧରେ ଜଣେ ମହିଳା ବିବାହ ଏବଂ ଚାକିରୀର ଲୋଭ ଦେଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।

ଡିସିପି ଏହି ମାମଲାକୁ ନେଇ କହିଛନ୍ତି ଯେ, ପୀଡ଼ିତ ମହିଳା ଏହି ସମ୍ବନ୍ଧରେ ଅଭିଯୋଗ କରିଥିଲେ। ଯାହା ପରେ ଜୁନ୍‌ ୬ ତାରିଖରେ ମାମଲା ରୁଜୁ ହୋଇଥିଲା। ଡିସିପଙ୍କ ମୁତାବିକ, ୨୦୧୭ରୁ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ମହିଳାଙ୍କ ଅଭିଯୋଗ କି, ପ୍ରଶାନ୍ତ ବରଓ୍ବାଲା ତାଙ୍କୁ ବିବାହ ଏବଂ ଚାକିରୀର ଲୋଭ ଦେଖାଇ ଦୁଷ୍କର୍ମ କରିଛନ୍ତି। ଯାହା ଫଳରେ ସେ ଗର୍ଭବତୀ ଅଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପ୍ରଶାନ୍ତ ହେଉଛନ୍ତି ସୁରେନ୍ଦ୍ର ବରଓ୍ବାଲାଙ୍କ ପୁଅ। ସୁରେନ୍ଦ୍ର ବରଓ୍ଲାଲା ୧୯୯୮ ଏବଂ ୧୯୯୯ରେ ହିସାରରୁ ଭାରତୀୟ ଜାତୀୟ ଲୋକ ଦଳ ଟିକେଟ୍ ରେ ସୁରେନ୍ଦ୍ର ବାରୱାଲା ସାଂସଦ ରହିଛନ୍ତି। ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଅଛନ୍ତି। ୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ ବାରୱାଲା ବିଜେପିରେ ଯୋଗ ଦେଇଥିଲେ। ସେ ଜିନ୍ଦରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରି ଯାଇଥିଲେ। ୧୯୮୭ରେ ଲୋକଡାଲ ଟିକେଟରେ ସୁରେନ୍ଦ୍ର ବାରୱାଲା ହିସାର ଜିଲ୍ଲାର ବାରୱାଲାର ଜଣେ ବିଧାୟକ ହୋଇଥିଲେ। ପରେ ସେ ଦେବୀ ଲାଲ ସରକାରରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।