Odia News Portal

ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର ନୂଆପଡ଼ାରୁ ଉଦ୍ଧାର

ବଲାଙ୍ଗୀର : ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର ମିଳିଲା । ନୂଆପଡ଼ା ଜିଲ୍ଲାର ଏକ ଦମ୍ପତ୍ତିଙ୍କ ଠାରୁ ଶିଶୁକୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ । ଗଲା ୬ ତାରିଖରେ ପାଟଣାଗଡ଼ ହସ୍ପିଟାଲାରେ ଘନିଏନ୍ ଗାଁର ଜୟନ୍ତୀ ତାଣ୍ଡିଙ୍କ ପାଖରୁ ତାଙ୍କର ୪ଦିନର ଶିଶୁପୁତ୍ରକୁ ଚୋରାଇ ନେଇଥିଲେ ଜଣେ ମହିଳା । ଆଶାକର୍ମୀ ବେଶରେ ଆସିଥିବା ମହିଳା ଜଣକ ସମ୍ପର୍କୀୟ ବୋଲି ପରିଚୟ ଦେଇ ପିଲାଟିକୁ ଖେଳାଇନେବା ବାହାନାରେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଥିବା ବଲାଙ୍ଗିର ପୋଲିସକୁ ଶେଷରେ ମିଳିଛି ସଫଳତା । ନୂଆପଡ଼ାର ଏକ ଦମ୍ପତ୍ତିଙ୍କ ଠାରୁ ଉଦ୍ଧାର ହୋଇଥିବା ଶିଶୁଟି ସୁରକ୍ଷିତ ଥିବା ସାହ ତା’ର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି । ଗିରଫ ସ୍ବାମୀ ସ୍ତ୍ରୀଙ୍କୁ ପୋଲିସ ଜେରା କରିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଧରାପଡ଼ିଥିବା ଦମ୍ପତ୍ତି କୌଣସି ଶିଶୁଚୋରୀ ରାକେଟ୍ ସହ ସମ୍ପୃକ୍ତ ନା’ କୌଣସି ଲୋଭର ବଶବର୍ତ୍ତୀ ହୋଇ ଶିଶୁପୁତ୍ରକୁ ଚୋରି କରିନେଇଥିଲେ ଖୁବ୍ ଶୀଘ୍ର ତା’ର ପର୍ଦ୍ଦାଫାସ ହେବ ।