ବଲାଙ୍ଗୀର: ମୋଦିଙ୍କ ହେଲିପେଡ଼ ପାଇଁ ବଲାଙ୍ଗୀର ସହର ବନୀକରଣ ସଫା ହୋଇଯାଇଛି । ବଳି ପଡିଲା ୩ ହଜାର ଗଛ । ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀତ୍ୱ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରହିଛି ବଲାଙ୍ଗୀର । ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଦିନ ରାତି କାମ ଚାଲିଛି । ମୋଦିଙ୍କ ଗସ୍ତ ପାଇଁ ଏକ ହେଲିପେଡ଼ ମଧ୍ୟ ନିର୍ମାଣ କରାଯାଉଛି । ହେଲିପେଡ଼ ପାଇଁ ବଲାଙ୍ଗୀର ରେଳ ଷ୍ଟେସନ ପଛପଟେ ଲଗାଯାଇଥିବା ବନୀକରଣ ଯୋଜନାର ଗଛଗୁଡିକୁ କାଟି ସଫା କରି ଦିଆଯାଇଛି । ବଲାଙ୍ଗୀର ଡ଼ିଏଫଓଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି । ବଲାଙ୍ଗୀର ସହରରେ ବନୀକରଣ ଯୋଜନାରେ ପ୍ରାୟ ୩୦ ହଜାର ଗଛ ଲଗାଯାଇଥିଲା ।
ସେଠି ମଧ୍ୟରୁ ରେଳ ଷ୍ଟେସନ ପଛପଟେ ପ୍ରାୟ ୩୫୦୦ ଚାରା ରୋପଣ କରାଯାଇଥିଲା । ଚାରା ରୋପଣ ସମୟରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ନିମ୍ବ, ଶିଶୁ, କରଞ୍ଜ ଆଦି ଚାରା ଲଗାଯାଇଥିଲା । ଗଛର ଯତ୍ନ ନେବାପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି କରାଯାଇଥିଲା । ଏହା ଭିତରେ କିସିଝି ଗଛ ୬ରୁ ୮ ଫୁଟ ଉଚ୍ଚ ପର୍ଯ୍ୟନ୍ତ ବଢି ଯାଇଥିଲେ । କିନ୍ତୁ ମୋଦିଙ୍କ ଗସ୍ତ ପାଇଁ ହେଲିପେଡ଼ ନିର୍ମାଣ ନିମନ୍ତେ ଗଛଗୁଡିକୁ କାଟି ଦିଆଯାଇଛି । ରେଞ୍ଜରଙ୍କ କହିବା ଅନୁସାରେ ହେଲିପେଡ଼ ନିର୍ମାଣ ପାଇଁ ଗଛ କାଟିବା ପୂର୍ବରୁ ବନବିଭାଗର ଅନୁମତି ନିଆଯିବା କଥା । କିନ୍ତୁ ଗଛ କାଟିବା ପାଇଁ ବନବିଭାଗ ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହିଁ । ଏହି ପ୍ରସଙ୍ଗକୁ ନେଇ ପରିବେଶବିତ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି
