ବଲାଙ୍ଗିର: ବଲାଙ୍ଗିରର ମହାଲକ୍ଷ୍ମୀ ନଗର ନିକଟରେ ଏକ ଗଣମାଧ୍ୟମର ଜଣେ ପ୍ରସାରଣ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ। ସେ ଚାରି ମାସ ହେଲା ବଲାଙ୍ଗିରରେ ଦୈନିକ ଖବର କାଗଜ ‘ସମାଜ’ର ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଥିଲେ।