Odia News Portal

ରାଜଧାନୀରେ ପୁଣି ୧୭ କରୋନା, କେଉଁ କେଉଁ ଅଞ୍ଚଳର ଏମାନେ ଆସନ୍ତୁ ଜାଣିବା

ଭୁବନେଶ୍ବର :  ରାଜଧାନୀରେ ପୁଣି ୧୭  କରୋନା ଆକ୍ରାନ୍ତ  ଚିହ୍ନଟ।  ଏମାନଙ୍କ ମଧ୍ୟରେ ଅଛନ୍ତି ରେଳ ବିଭାଗର ୭ ଜଣ ଅଧିକାରୀ। ଏହି ଅଧିକାରୀ ମାନଙ୍କ ବୟସ ୩୬,୪୦,୩୧,୪୦,୩୫,୩୬,୩୬। ସେହିଭଳି  ଭୀମପୁର ଏୟାରପୋର୍ଟ ଅଞ୍ଚଳରୁ ଜଣେ  ୩୪ ବର୍ଷୀୟ ପୁରୁଷ ଓ ୬୨ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି। ସେମାନେ ପୂର୍ବରୁ ଦିଲ୍ଲୀ ଫେରନ୍ତାଙ୍କ ସଂସ୍ପର୍ଷ ଆସିଥିଲେ।

ସେହିପରି ଭୀମପୁର ଶକ୍ତି ହସ୍ପିଟାଲ ନିକଟ ୬୪ ବର୍ଷୀୟ ପୁରୁଷଙ୍କ ଠାରେ କରୋନା ଭୂତାଣୁ  ଦେଖା ଦେଇଛି। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ।ସେହିଭଳି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରେ ଜଣେ ୨୫ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି। ନିକଟରେ  ସେ ଦିଲ୍ଲୀରୁ ଫେରିଛନ୍ତି।

ସେହିଭଳି ନୂଆପଲ୍ଲୀ ଶବର ସାହିରୁ ଜଣେ  ୨୦ ବର୍ଷୀୟ ଯୁବତୀ ଓ ଜଣେ ୧୫ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ସେମାନଙ୍କର  ନକଟରେ ଦିଲ୍ଲୀ ଟ୍ରାଭେଲ ହିଷ୍ଟ୍ରୀ ରହିଛି। ସେହିଭଳି ଆଉ ଜଣେ ପେଡ କ୍ବାରେଣ୍ଟାଇନରେ ଥିବା ୨୪ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ଦିଲ୍ଲୀ ଫେରନ୍ତା  ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିଲେ ବୋଲି ସୂଚନା ରହିଛି। ସେହିଭଳି ନହରକଣ୍ଟା କେନାଲ ରୋଡ ନିକଟରେ ଜଣେ ୨୭ ବର୍ଷୀୟ ପୁରୁଷ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ସେହିଭଳି ଜଣେ କେନ୍ଦ୍ର ସରକାରୀ ଡାକ୍ତରଖାନାର ୩୨ ବର୍ଷୀୟ  କର୍ମଚାରୀଙ୍କ ଠାରେ  କରୋନା ଭୂତାଣୁ ଚିହ୍ନଟ  ହୋଇଛି। ସେହିଭଳି ଜୟଦେବ ବିହାର ଶରଣାପଲ୍ଲୀର ୩୭ ବର୍ଷୀୟ ମହିଳାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।  ଏହି ମହିଳା ପୂର୍ବରୁ ଜଣେ ପ୍ରାଇଭେଟ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସଂସ୍ପର୍ଷରେ ଆସିଥିଲେ ଯିଏ ପରେ କରୋନା ପଜେଟିଭ ବୋଲି ଜଣା ପଡିଥିଲେ। ଏମାନଙ୍କୁ ମିଶାଇ ବର୍ତ୍ତମାନ ଭୁବନେଶ୍ବରରେ  ୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସୁସ୍ଥ ହୋଇଛନ୍ତି ୮୧ ଜଣ। ମ୍‌ତ୍ୟୁ ବରଣ କରିଛନ୍ତି ୩ ଜଣ।  ବାକି ଆକ୍ଟିଭ କେସ ୬୪ ରହିଛି ବୋଲି ସୂଚନା ଦେଇଛି ବିଏମସି।