ଭୁବନେଶ୍ୱର : ବିଡିଏ ପରେ ବିଏମ୍ସିରେ ପଶିଛି କରୋନା । ବିଏମ୍ସି ଅଫିସ୍ରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭରଙ୍କୁ କରୋନା ହୋଇଛି । ଦୁଇ ବରିଷ୍ଠ ଯନ୍ତ୍ରୀ ଆକ୍ରାନ୍ତ ବାହାରିବା ପରେ ବିଏମ୍ସି ଅଫିସ୍ରେ ଆତଙ୍କ ଖେଳି ଯାଇଛି । ଇଞ୍ଜିନିୟରିଂ ସେକ୍ସନ୍କୁ ୭ ଦିନ ପାଇଁ ସିଲ୍ କରାଯାଇଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ଇଞ୍ଜିନିୟରିଂ ସେକ୍ସନରେ କାମ କରୁଥିବା ଏହି ଦୁଇ ଯନ୍ତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଛୁଟି ନେଇ ସମ୍ବଲପୁର ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କର କରୋନା ଲକ୍ଷଣ ଦେଖାଦେଇଥିଲା। ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ସହ ଗାଡ଼ି ନେଇ ଯାଇଥିବା ଡ୍ରାଇଭରର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି ।
ସବୁଠୁ ଚିନ୍ତାର କଥା ହେଉଛି, ଏହି ଦୁଇ ଯନ୍ତ୍ରୀ ସମ୍ବଲପୁରରୁ ଫେରି ବିଏମ୍ସି ଅଫିସ୍ ଆସିଥିଲେ। ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଛନ୍ତି । କିଛି କର୍ମଚାରୀ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି । ଏହାକୁ ନେଇ ଅଫିସର ଓ କର୍ମଚାରୀ ମହଲରେ ଭୟ ଘାରିଛି । ସମ୍ପୂର୍ଣ୍ଣ ବିଏମ୍ସି ଅଫିସ୍କୁ ସିଲ୍ କରିବାକୁ କର୍ମଚାରୀ ଦାବି କରିଛନ୍ତି ।