Odia News Portal

ଖୋଲିବ ସପିଂ ମଲ୍, କିନ୍ତୁ ଏହି ସବୁ କଟକଣା ରହିବ ବଳବତ୍ତର

ଭୁବନେଶ୍ଵର : ଭୁବନେଶ୍ବରରେ ଖୋଲିବ ସପିଂ ମଲ। ଅନୁମତି ଦେଲା ବିଏମସି।  ଏଥିପାଇଁ SOP ଜାରିକରିଛି ବିଏମସି।  ସପିଂ ମଲକୁ ଯିବାକୁ ହେଲେ ଗ୍ରାହକଙ୍କୁ କିଛ ଗାଇଡଲାଇନ ମାନିବାକୁ ପଡିବ।  ଆଉ ସପିଂ ମଲ ମାନେ ବିଏମସି ଜାରି କରିଥିବା ଗାଇଡ ଲାଇନ ଅନୁସାରେ ମଲ୍ ଖୋଲିପାରିବେ। ତେବେ ଜରି କରାଯାଇଥିବା ଗାଇଡଲାଇନ ଗୁଡିକ ହେଲା :-

ମଲ ଭିତରେ ପ୍ରବେଶ  କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ହେବ। ଜ୍ବର ଥଣ୍ଡା କାଶ ହୋଇଥିଲେ ମଲ ଭିତରକୁ ପ୍ରବେଶ ମନା କରାଯିବ।

ମଲ ଭିତରେ ସମସ୍ତ ଗ୍ରାହକ ସାମାଜିକ ଦୂରତା ରଖିବେ ଓ ମାସ୍କ ପିନ୍ଧିବେ

ମଲ ଭିତରେ କୌଣସି ପ୍ରମୋସନାଲ ପ୍ରୋଗ୍ରାମ କରାଯାଇପରିବ ନାହିଁ।

ମଲ୍ ଭିତରେ ଫୁଡ କୋର୍ଟ ଖୋଲାଯାଇପରିବ ନାହିଁ

ଷ୍ଟାଫ୍ ଓ ଗ୍ରାହକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ।

ମଲ ଭିତରେ ଥିବା ସିନେମା ହଲ ଓ ଫନ୍ ଜୋନ ବନ୍ଦ ରହିବ।

ଯଦି ଗ୍ରାହକ ଆରୋଗ୍ୟ ସେତୁ ଓ  ସଚେତକ ଆପ୍ ଡାଉନଲୋଡ କରିନାହାନ୍ତି ତେବେ କରିବାକୁ ପରାମର୍ଶ ଦେଲା  ବିଏମସି