ଭୁବନେଶ୍ୱର : କେରୋନା ପ୍ରଭାବକୁ ଏଡାଇବା ପାଇଁ ଗତକାଲି ରାତିରୁ ହୋଇଛି କର୍ଫ୍ୟୁ ।ତେବେ ଏଥିରେ ବ୍ୟାହତ ହୋଇନି ନିୟମିତ କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗର ୂନିଗମ ତରଫରୁ ବିଭିନ୍ନ ଅଂଚଳରେ କରାଯାଇଛି ନିୟମିତ ସଫେଇ । ସ୍ୱତନ୍ତ୍ର ପ୍ରବେଶିକା ପ୍ରମାଣପତ୍ର ସହିତ ସଫେଇ କର୍ମଚାରୀମାନେ ଆଜି ସଫେଇ କାର୍ଯ୍ୟ ସାରିଛନ୍ତି । ପ୍ରାୟ ୩୦୦୦ ସ୍ୱତନ୍ତ୍ର ପାସ୍ କେବଳ ସଫେଇ କର୍ମୀ ଙ୍କ ପାଇଁ ଦିଆଯାଇଥିଲା ।
ସହରର ସଫେଇ ବ୍ୟବସ୍ଥା କିପରି ବଜାୟରହିବ ସେଥିପାଇଁ କମିଶନର ପ୍ରେମ୍ ଚନ୍ଦ୍ର ଚୌଧରୀ ଏହାର କଡାକଡି ଅନୁପାଳନ କରିବାକୁ କହିଥିଲେ । ଏଥିପାଇଁ ଯାନ୍ତ୍ରିକ ସଫେଇ ସାଙ୍ଗକୁ ସିଲ୍ ହେଇଥିବା ବମିଖାଲ ଅଂଚଳରେ ୪ଟି ଅଗ୍ନିଶମ ସେବାର ଗାଡି ସମ୍ପୂର୍ଣ୍ଣ ଭାବେ ସିଂଚନ କରି ବିଶୋଧନ କାର୍ଯ୍ୟ କରିଛନ୍ତି ।
ବନ୍ଦ ପ୍ରଭାବରେ ଅସହାୟଙ୍କୁ କିପରି ଖ୍ରଦ୍ୟଯୋଗାଣ କରିେହେବ ତାହାର ବିଧିବଦ୍ଧ ଯୋଜନା କରାଯାଇଥିଲା ।ଏଥିପାଇଁ ବି ଏମ୍ ସି ପକ୍ଷରୁ କ୍ଷେତ୍ରପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଆଜି ଦିନବେଳା ୧୭୫୦ ଜଣଙ୍କୁ ରନ୍ଧା ଖାଦ୍ୟର ଭୋଜନ ଦେଇଛନ୍ତି ।
ନେବେ ବଂଟନ ହୋଇଥିବା ରନ୍ଧା ଖାଦ୍ୟରୁ ୬୫୦ ଟି ଗୁରୁଦ୍ୱାର ସିଂସଭା ଏବଂ ୫୦୦ଟି ଆହାର ଭୋଜନ ଦିଆଯାଇଛି । ଦେଇଛନ୍ତି ।ସୂଚନାଯୋଗ୍ୟକି, କମିଶନେରେଟ୍ ପୁଲିସ୍ ୨୫୦ ଜଣଙ୍କର ଖାଦ୍ୟଆବଶୃକତାକୁ ବି ଏମ୍ ସି ମାଧ୍ୟମରେ ଦେଉଛନ୍ତି । ଠିକ୍ ସେହିପରି ଆଜି ସଂଧ୍ୟାରେ ମଧ୍ୟ ୧୭୦୦ଟିଭୋଜନ ଯୋଗାଇ ଦିଆଯେଇଛି । ଆଜି ପୁର୍ବାହ୍ନରେ ୫୦୦ଜଣ ଦିନମଜୁରିଆଙ୍କୁ ରାନ୍ଧିବା ସଉଦା ଯୋଗାଇ ଦିଆଯାଇଛି ।