Odia News Portal

ତାରାତାରିଣୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ତାରାରାରିଣୀ ମନ୍ଦିରରେ ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ । ପ୍ରାୟ ୧୫ ମିନିଟ୍ ଧରି ମା’ଙ୍କ ପୂଜାର୍ଚ୍ଚନା କରି ସାରିବା ପରେ ନାମାଙ୍କନ ଦାଖଲ କରିବା ଅଭିମୁଖେ ବାହାରିଛନ୍ତି ନବୀନ । ଛତ୍ରପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନାମାଙ୍କନ ଦାଖଲ କରିବେ । ଏହି ସମୟରେ ଜିଲ୍ଲାର ସମସ୍ତ ବିଜେଡି ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ । ଏହି ସମୟରେ ନବୀନ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।