Odia News Portal

ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ଟାଉନ୍ ପୋଲିସ । ଭୀମରାଓପେଟା ସାହିରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୧୫ ଜୁଆଡି ଗିରଫ ହୋଇଛନ୍ତି ।

ସେମାନଙ୍କ ନିକଟରୁ ୭ ଲକ୍ଷ ୬୮ ହଜାର ୭୧୦ଟଙ୍କା ଜବତ ହୋଇଛି । ଏହାସହ ୧୬ଟି ମୋବାଇଲ୍ ଫୋନ୍ ଓ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଛି ।