Odia News Portal

ଆସିକା ପୋଲିସର ଏନକାଉଣ୍ଟର

ଗଞ୍ଜାମ : ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ସଫଳତା ମିଳିଛି । ଗୁଳିକାଣ୍ଡର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ଆସିକା ପୋଲିସ । ଗତକାଲି ରାତିରେ ଆସିକା ଥାନା ପାଣ୍ଡିଆପଥର ଗାଁର ବଳରାମ ସେଠୀଙ୍କ ଉପରକୁ ଗୁଳିମାଡ଼ କରିଥିଲା ଟାଙ୍ଗିରି ଦୋରା ।

ବଳରାମଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେପଟେ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା । ସ୍ଥାନୀୟ ଚାରି ମାଇଲ ଛକରେ ଟାଙ୍ଗିରି ଓ ପୋଲିସ ମୁହାଁମୁହିଁ ହୋଇଥିଲେ ।

ପୋଲିସ ଉପରକୁ ଗୁଳି ଚଳାଇ ସେ ଖସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ସେ ଆହତ ହୋଇଛି । ତାର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ତା ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଓ ବାଇକ୍  ଜବତ କରିଛି।