ଗଞ୍ଜାମ : ଗଞାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପୁଣି ୩୮ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ ୮୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୭ଟି ଆକ୍ଟିଭ୍ କେସ୍ ରହିଛି । ସେହିପରି ୬୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।
ଆଜି ଚିହ୍ନଟ ହୋଇଥିବା ୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି । ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ପୋଲସରା ବ୍ଲକର ହୋଇଥିବା ବେଳେ ଚିକିଟିର ୨ଜଣ, ଛତ୍ରପୁର, ଗଞ୍ଜାମ କବିସୂର୍ଯ୍ୟନଗର, ଭଞ୍ଜନଗର ଓ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ଲେଖାଏଁ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏଥି ସହିତ ଅନ୍ୟ ରାଜ୍ୟରୁ ୮ଜଣ ପ୍ରାବସୀ ଶ୍ରମିକ କରୋନାରେ ସଂକ୍ରମିତ ହୋଇଛନ୍ତ। ସେମାନଙ୍କ ମଧ୍ୟରୁ ସୁରଟରୁ ୪ଜଣ, ତାମିଲନାଡୁ, ମହାରାଷ୍ଟ୍ର, ବାଙ୍ଗାଲୁରୁ ଏବଂ କେରଳାରୁ ଜଣେ ଲେଖାଏଁ ଆକ୍ରାନ୍ତ ଫେରିଛନ୍ତି। ସଂପୃକ୍ତ ସଂକ୍ରମିତ ମାନଙ୍କ ମଧ୍ୟରୁ କବିସୂର୍ଯ୍ୟନଗର ୨ଜଣ ଥିବା ବେଳେ ବେଲାଗୁନ୍ଥା, ବେଗୁନିପଡ଼ା, ପାତ୍ରପୁର, ପେଲସରା, ପୁରୁଷୋତ୍ତମପୁର ଓ ଶେରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।
ଆକ୍ଟିଭ କଣ୍ଟ୍ରାକ୍ କେସ୍ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ବେଗୁନିଆପଡାରୁ ୬ଜଣ, କବିସୂର୍ଯ୍ୟନଗରରୁ ୫ଜଣ, ଆସିକର ଓ ଗଞ୍ଜାମରୁ ୨ଜଣ ଲେଖାଏଁ, ବେଲାଗୁନ୍ଥା, ପୋଲସରା ଓ ଧରାକୋଟାରୁ ଜଣେ ଲୋଖାଏଁ ଆକ୍ରାନ୍ତ ରହିଛନ୍ତି।