Odia News Portal

ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ପୋଲିସର ନୋଟିସ୍‌

ଛତ୍ରପୁର : ବିଜେପି ନେତାଙ୍କୁ ଛତ୍ରପୁର ଥାନା ପୋଲିସର ନୋଟିସ। ଛତ୍ରପୁରର ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ୨ଜଣ ନେତାଙ୍କୁ ନୋଟିସ ହୋଇଛି। ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି କରିଛି ଛତ୍ରପୁର ଥାନା ପୋଲିସ ।

୨୦୧୭ ନଭେମ୍ବରରେ ୧ତାରିଖରେ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇଥିଲେ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ୨୦୧୭ ଅକ୍ଟୋବର ୨୮ରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ।