Odia News Portal

୧୮କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ

ସୋର : ବାଲେଶ୍ବର ଜିଲ୍ଲା ସୋର ଷ୍ଟେସନରୁ ୧୮ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତକାଲି ରାତିରେ କୋଲକାତାରୁ ଜଗନ୍ନାଥ ଅପ୍ ଟ୍ରେନ୍ ଯୋଗେ ଅଭିଯୁକ୍ତ ଦୁଇ ଜଣ ସୋର ଷ୍ଟେସନରେ ଗଞ୍ଜେଇ ଧରି ଓହ୍ଲାଇଥିଲେ। ଅଟୋ ଯୋଗେ ଉଭୟ ଯିବା ବେଳେ ଖବର ପାଇ ସୋର ଥାନା ଆଇଆଇସି କ୍ଷମାସାଗର ପଣ୍ଡା, ସବ୍ ଇନ୍ସପେକ୍ଟର ବଂଶୀଧର ପ୍ରଧାନ ଚଢାଉ କରି ଉଭୟଙ୍କ ଠାରୁ ଗଞ୍ଜେଇ ଥିବା ବ୍ୟାଗକୁ ଜବତ କରିଥିଲେ। ଏସଡିପିଓ ପ୍ରଭାସ ପାଲ ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।