ବାଲେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ । ମୁଖ୍ୟମନ୍ତ୍ରୀ ପ୍ରଥମେ ତାଳସାରି ବେଳାଭୂମି ମହୋତ୍ସବରେ ଯୋଗଦେବା ସହ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାପରେ ବାଲେଶ୍ୱର ପୋଲିସ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ଯୁବ ସମ୍ମିଳନୀରେ ଯୋଗଦେବେ । କାଯ୍ୟକମ ପ୍ରାୟ ୪୦ ହଜାର ଯୁବକ ଯୋଗଦେବାର କାଯ୍ୟକ୍ରମ ରହିଛି । ୧୨୪୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ରିଙ୍ଗରୋଡ୍, ସୁବର୍ଣ୍ଣରେଖା ବନ୍ଦର, ଇଡକୋ ଟାୱାର ଓ ପନ୍ତେଇ ଘାଟ ପାଇଁ ପୋଲ ଏବଂ ଜଳେଶ୍ୱର ରେଲୱେ ଓଭର ବ୍ରିଜ୍ ପାଇଁ ଶିଳାନ୍ୟାସ କରିବେ । ଏଥିସହ ତାମୂଳିଆ ରେଲୱେ ଓଭର ବ୍ରିଜ୍ ଉଦଘାଟନ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରା ସହରରେ ପୋଷ୍ଟର ବ୍ୟାନର ଛାଇ ଯାଇଥିବା ବେଳେ ଉତ୍ତର ଓଡ଼ିଶା ଯୁବ ସମାବେଶ ପାଇଁ ବାଲେଶ୍ୱର ପୋଲିସ ଲାଇନ୍ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି ହୋଇଛି ।
