Odia News Portal

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର : ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ। ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ବୋଟନୀ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୫ଜଣ ଏହି ଚଢାଉ କରିଛନ୍ତି। ଚଢାଉ ବେଳେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ରାମଚନ୍ଦ୍ରଙ୍କ ବାହାନଗା ବ୍ଲକ ଅସିମିଳାଠାରେ ଥିବା ବାସଭବନ, ତଳନଗର କଲେଜ ଛକରେ ଥିବା ଦୁଇଚି ବିଲଡିଙ୍ଗ୍‌ରେ ଚଢାଉ କରାଯାଇଛି। ଆୟ ବର୍ହିଭୁତ ସଂପତ୍ତି ଠୁଳ ହୋଇଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି।