ଭୁବନେଶ୍ୱର : କମିଲା ବସ୍ ଭଡା। ଏକ୍ସପ୍ରେସ ଓ ଅଡିନାରୀ ବସର କମିଲା ଭଡା। କିଲୋମିଟର ପିଛା ଅଡିନାରୀ ଓ ଏକ୍ସପ୍ରେସ ବସ ଭଡା ୧ ପଇସା କମିଛି। ସେହିପରି ଡିଲକ୍ସ ଓ ଏସି ବସ କିଲୋମିଟର ପିଛା ୨ ପଇସା ଲଖାଏଁ କମିଛି।
ଯେହେତୁ ଡିଜେଲର ଦର କମିଛି ସେଥିପାଇଁ ବସ ଭଡା କମାଯାଇଥିବାର ପରିବହନ ବିଭାଗ ଟ୍ବିଟ କରି ଜଣାଇଛି। ଏହି ହ୍ରାସ ଦର ଆଜିଠାରୁ ଲାଗୁ ହେବ ବେଲି ସୂଚନା ଦିଆଯାଇଛି।
