Odia News Portal

ବିଧାନସଭା ସାମ୍ନାରେ ମହିଳାଙ୍କ ବେକରେ ଛୁରି ଲଗାଇଲା ଯୁବକ

ଭୁବନେଶ୍ୱର()  ବିଧାନସଭା  ଅଧିବେଶନ ଚାଲିଥିବାବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଏହା ସତ୍ତ୍ୱେ ଗୁରୁବାର ବିଧାନସଭା ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି ।  ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ ହାଇଡ୍ରାମା କରିଛନ୍ତି ।  ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ସମ୍ପୃକ୍ତ ଯୁବକ ଧମକ ଦେଇଛନ୍ତି ।   ତେବେ ସେଠାରେ ଉପସ୍ଥିତ ପୁଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ  ଯୁବକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାଯାଇଛି । ତେବେ ଯୁବକ ଜଣକ କାହିଁକି ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଉଥିଲା, ସେ ନେଇ କିଛି ଜଣାପଡ଼ିନାହିଁ ।

ତେବେ ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି ।  ହାଇ ସିକୁ୍ୟରିଟି ଜୋନକୁ ଛୁରି ନେଇ କିଭଳି ସମ୍ପୃକ୍ତ ଯୁବକ ସେଠାକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   ବିଧାନସଭା ଚାଲିଥିବାବେଳେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି । ଏହାକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହା ସତ୍ତ୍ୱେ  ପୁଲିସ ତଥା ଗୁଇନ୍ଦା ବିଭାଗ କିଭଳି ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ,  ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ଦଶପଲ୍ଲା କଉଡ଼ାର  । ତାଙ୍କ ନାମ ଜିତେନ୍ଦ୍ର ପାଳ । ଜିତେନ୍ଦ୍ରଙ୍କ ବାପା ମାଆ ୨୦୧୪ ମସିହାରେ ଏକ ହତ୍ୟାକାଣ୍ଡ ଘଟଣାରେ ଜେଲ ଯାଇଥିବା ବେଳେ ଜିତେନ୍ଦ୍ର ମାନସିକ ବିକାର ଗ୍ରସ୍ତ ବୋଲି ଜଣାଯାଇଛି । କରୋନା କଟକଣା ଆରମ୍ଭରୁ ତାଙ୍କର ମୁଣ୍ଡ ରୋଗ ବାହାରିଥିବା ବେଳେ ସେ ଭୂବନେଶ୍ୱରରେ ଚିକିତ୍ସିତ ହେଉଥିବା ଗ୍ରାମବାସୀଙ୍କୁ ସୁତ୍ରରୁ ଜାଣିବାକୁ ମିଳିଛି ।