କୋଲକାତା: କୋଲକାତା ପୋଲିସ କମିଶନର ରାଜିବ କୁମାରଙ୍କୁ ଦେଖାକରିପାଲେନି ସିବିଆଇ ଟିମ୍ । କୋଲକାତା ଲୌଡ଼ନ ଷ୍ଟ୍ରିଟରେ ଥିବା ରାଜିବ କୁମାରଙ୍କ ବାସଭବନକୁ ସିବିଆଇ ଟିମ୍ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବି ଗେଟ ସାମନରେ ଅଟକି ରହିଥିଲେ । ସିବିଆଇ ଟିମ୍ ରାଜୀବ କୁମାରଙ୍କୁ ଦେଖା କରିବାକୁ କୋଲକାତା ପୋଲିସକୁ ଦେଇଥିଲେ ସୂଚନା । କୋଲକାତା ପୋଲିସ ସ୍ଥାନୀୟ ପୋଲିସ ଷ୍ଟେସନର ସାହାର୍ଯ୍ୟ ନେବାକୁ କହିଥିଲା । ସିବିଆଇ ଟିମ୍ ରାଜୀବ କୁମାରଙ୍କ ବାସଭବନକୁ ପଶିବାକୁ ଚେଷ୍ଟା କରିଥିଲେ ବି ପୋଲିସ ସେମାନଙ୍କୁ ଅଟକାଇ ଦେଇଥିଲା । ଫଳରେ ସିବିଆଇ ରାଜୀବଙ୍କ ବାସଭବନକୁ ପଶିପାରି ନଥିଲା । ସେମାନଙ୍କୁ ସେକ୍ସପିଅର ସରଣୀ ଥାନାକୁ ନିଆଯାଇଥିଲା । ପୂର୍ବରୁ ସିବିଆଇ ରାଜୀବ କୁମାରଙ୍କୁ ସମନ ଜାରି କରିଥିଲା । କୋଲକାତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବ କୁମାରଙ୍କୁ ସମର୍ଥନ କରି ଏହି ସମନ ଜାରିର ତାରିଖକୁ ଘୁଂଚାଇଥିଲେ ।
