ସିବିଆଇ ବେଶରେ ରାଜନୈତିକ ଦଳର ଅସ୍ତ୍ରଭାବେ କାର୍ଯ୍ୟକରୁଛି ବୋଲି ବିଜେଡି ସାଂସଦ ଭତୃହରି ମହତାବ ଆଜି ଲୋକସଭାରେ ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗଳାରେ ବୋଲିସ ଓ ସିବିଆଇ ମୁହାଁମୁହିଁ ହେବା ଘଟଣାରେ ଆଜି ସଂସଦରେ ବିରୋଧି ଦଳ ଗୁଡିକ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରି ଶ୍ରୀ ମହତାବ କହିଥିଲେ ଯେ ସିବଆଇ ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି ତାହା ଠିକ ନୁହେଁ ।
ପଶ୍ଚିମବଙ୍ଗ ପୋଲିସ କମିଶନରଙ୍କ ଘରକୁ ସିବିଆଇ ଅଫିସର ମାନେ ବେଆଇନ ଭାବେ ପଶିବାକୁ ସେ ନିନ୍ଦା କରିବା ସହିତ ଏସମ୍ପର୍କରେ ଶ୍ରୀ ମହତାବ ଓଡିଶାର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଗତ ପଂଚାୟତ ନିର୍ବାଚନ ପୂର୍ବରୁ ଓଡିଶାରେ ସିବଆଇ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରେ ପଶିଥିଲା । ରାଜ୍ୟରେ ବିଜେଡି ମୁଖ୍ୟଙ୍କୁ ବଦନାମ କରିବା ପାଇଁ ସିବଆଇ ଏଭଳି କରୁଛି । ଦୁର୍ନୀତିର ତଦନ୍ତ କରିବା ଲାଗି ସିବିଆଇର କ୍ଷମତା ଅଛି ଏଥିରେ କାହାରି ମଧ୍ୟ କିଛି ଆପତ୍ତି ନାହିଁ କିନ୍ତୁ ସିବିଆଇ ଯେଉଁ ଢଙ୍ଗରେ ସରକାରଙ୍କ ରାଜନୈତିକ ଅସ୍ତ୍ରଭାବେ କାର୍ଯ୍ୟ କରୁଛି ତାହା ଆଦୌ ଠିକ ନୁହେ ଯାହାଫଳରେ ସିବିଆଇ ତାର ବିଶ୍ୱାସନୀୟତା ହରାଇ ବସିଲାଣି । ଏଭଳି କାରବାର ଦେଶରେ ତୁରନ୍ତ ବନ୍ଦ ହେବା ଦରକାର ବୋଲି ସେ ମତ ଦେଇଥିଲେ ।
ଏତିରେ ପ୍ରତିକି୍ରୟା କଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସିବିଆଇ ଭୟରେ ମମତା ଓ ନବୀନ ଏକାଠି ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.