ହରିଆଣାର ପଞ୍ଚକୁଲାଠାରେ ଥିବା ଏକ ଇନ୍ଷ୍ଟିଚ୍ୟୁସନାଲ୍ ପ୍ଲଟକୁ ବେଆଇନ୍ ଭାବେ ‘ନ୍ୟାଶନାଲ ହେରାଲଡ’ ସମ୍ବାଦପତ୍ରର ପ୍ରକାଶନ ସଂସ୍ଥା ‘ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିଃ’କୁ ପୁନଃ ଆବଣ୍ଟିତ କରି ବିବାଦରେ ଫସିଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ ବର୍ଷୀୟାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ନାଁରେ ସିବିଆଇ ଆଜି ଚାର୍ଜଶିଟ୍ ଦାଖଲ କରିଛି। ଏଭଳି ବେଆଇନ୍ ଭାବେ ଜମି ଆବଣ୍ଟନ କରାଯାଇ ଥିବାରୁ ପାଖାପାଖି ୬୭ ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି ଚାର୍ଜଶିଟ୍ରେ ଉଲ୍ଲେଖ ରହିଛି।
ଭୂପିନ୍ଦର ହୁଡ୍ଡା ହରିଆଣା ଅର୍ବାନ ଡେଭଲପେମଣ୍ଟ ଅଥରିଟିର ଅଧ୍ୟକ୍ଷ ଥିବା ବେଳେ ମୋତିଲାଲ ଭୋରା ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିଃର ଅଧ୍ୟକ୍ଷ ରହିଥିଲେ। ୧୯୮୨ରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିଃ ଏହି ଜମି ପାଇଥିଲେ ହେଁ ୧୯୯୨ ଯାଏ ଏଠାରେ କୌଣସି ନିର୍ମାଣ କାର୍ୟ୍ୟ କରି ନଥିଲା। ଏହାପରେ ଅର୍ବାନ ଡେଭଲପେମଣ୍ଟ ଅଥରିଟି ଏହି ଜମିକୁ ନେଇଯାଇଥିଲା। ତେବେ ୨୦୦୫ରେ ଉକ୍ତ ଜମିକୁ ଭୂପିନ୍ଦର ହୁଡ୍ଡା ପୁଣିଥିରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିଃକୁ ଏହି ଜମି ବେଆଇନ୍ ଭାବେ ଜମି ଆବଣ୍ଟନ କରିଥିଲେ ବୋଲି ସିବିଆଇ ଚାର୍ଜଶିଟ୍ରେ ଉଲ୍ଲେଖ କରିଛି।
Sign in
Sign in
Recover your password.
A password will be e-mailed to you.