Odia News Portal

ବିଜୁ ଯୁବ ବାହିନୀ ହାତରେ ପ୍ରତି ୱାର୍ଡ : କ୍ଲବକୁ ଦିଆଗଲା ବ୍ୟାଟ୍‌, ବଲ ଆଦି କ୍ରିଡା ଉପକରଣ

କଟକ : ବିଜୁ ଯୁବ ବାହିନୀକୁ ନେଇ ସରକାର କରୁଛନ୍ତି ବହୁ ଯୋଜନା । କଟକ ସହରରେ ବିଭିନ୍ନ ଓ୍ବାର୍ଡ୍‌ରେ ଗଠନ ହୋଇଛି ବିଜୁ ଯୁବ ବାହିନୀ। ଓ୍ବାର୍ଡ୍‌ରେ ଥିବା କ୍ରୀଡା ପ୍ରତିଭାର ବିକାଶ ପାଇଁ ବିଜୁ ଯୁବ ବାହିନୀ ମାଧ୍ୟମରେ କଟକ ସହରର ସମସ୍ତ ଓ୍ବାର୍ଡ୍‌ରେ ବଣ୍ଟାଯାଇଛି କ୍ରୀଡା ଉପକରଣ । ବ୍ୟାଟ୍‌ ବଲ୍‌ଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ୍‌କୁ ଦିଆଯାଇଛି କ୍ୟାରମ୍‌ବୋର୍ଡ । ଏହାଦ୍ବାରା ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି କହିଛନ୍ତି ବିଧାୟକ  କଟକରେ ବିଭିନ୍ନ ଓ୍ବାର୍ଡ୍‌ରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଦାନ କରାଯାଇଛି କ୍ରୀଡା ଉପକରଣ ।

କ୍ରୀଡା ମାଧ୍ୟମରେ ଯୁବ ବାହିନୀକୁ ଅଧିକ ସଙ୍ଗଠିତ କରିବାକୁ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏହି ଅବସରରେ କଟକ ମହାନଗର ନିଗମ ପକ୍ଷରୁ ୫୯ଟି ଓ୍ବାର୍ଡ୍‌ର ବିଜୁ ଯୁବ ବାହିନୀକୁ ବ୍ୟାଟ୍, ବଲ୍‌, କ୍ୟାରମବୋର୍ଡ ଓ ଭଲିବଲ ଭଳି କ୍ରୀଡା ଉପକରଣ ପ୍ରଦାନ କରାଯାଇଛି । ଏହାଦ୍ବାରା ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ବିଧାୟକ ଓ ମେୟର କହିଛନ୍ତି । ଏହି କ୍ରୀଡା ଉପକରଣ ଯୁବକମାନଙ୍କୁ ଅଧିକ ପ୍ରେରଣା ଯୋଗାଇବ ବୋଲି ଯୁବ ବିହାନୀ ମଧ୍ୟ ଆଶା ରଖିଛି।

ଏଥିସହ ଯେଉଁ ଅର୍ଥାଭାବରୁ ଆଗକୁ ବଢି ପାରୁନଥିବା ପ୍ରତିଭା ମଧ୍ୟ ସୁଯୋଗ ପାଇବେ ବୋଲି  ଯୁବ ବାହିନୀ କହିଛି । ବିଜୁ ଯୁବ ବାହିନୀକୁ କଟକ ମହାନଗର ପକ୍ଷରୁ ବିଭିନ୍ନ ଓ୍ବାର୍ଡ୍‌କୁ କ୍ରୀଡା ଉପକରଣ ଯୋଗାଇ ଦିଆଯାଇଛି। ହେଲେ କଂଗ୍ରେସ ଓ ବିଜେପି ହାତରେ ଥିବା ଓ୍ବାର୍ଡ୍‌ର ଯୁବକମାନେ କ୍ରୀଡା ଉପକରଣ ପାଇବାରୁ ବଞ୍ଚିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।