କଟକ : ସାଲେପୁର ସିଦ୍ଧୋରେ ଖୋଲିଥିବା ହନୁମାନ ପଇସା କୁଟିର ଶୀଳ୍ପ ଏବେ ସହରକୁ ମୁହାଁଇଲାଣି। ମାଫିଆମାନେ ମଙ୍ଗଳାବାଗ, ପୁରୀଘାଟ, ଚାନ୍ଦୀନଚୌକ ଅଞ୍ଚଳରେ ଏଭଳି ବେଆଇନ କାରବାର ଆରମ୍ଭ କଲେଣି। କ୍ରମାଗତ ଭାବେ ଲାଲବାଗ ଥାନା ଅଞ୍ଚଳର କିଛି ମାଫିଆ ଏବେ ନିର୍ଦ୍ଦିଷ୍ଟ େଵବ୍ସାଇଟ୍ରେ ଅନ୍ଲାଇନ୍ ହନୁମାନ ପଇସା ବିକ୍ରି ପାଇଁ ବିଜ୍ଞାପନ ଦେଇଥିବା ଘଟଣା ଚର୍ଚ୍ଚାକୁ ଆସିଛି। ଏଭଳି ବେଆଇନ କାରବାର ଅନ୍ଲାଇନ୍ରେ କରିବାକୁ ମାଫିଆମାନେ ଗୋଡ଼ କାଢ଼ିଥିବା ବେଳେ କମିସନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲାଣି। ନିର୍ଦ୍ଦିଷ୍ଟ ଭାବେ କେଉଁ ମାଫିଆ ଏଭଳି ବିଜ୍ଞାପନ ଦେଇଛି, ତାକୁ ଠାବ କରିବାକୁ ଅକଳିରେ ପଡ଼ିଲାଣି କମିସନରେଟ୍ ପୁଲିସ।
୨୦୧୫ ଜୁଲାଇ ୩୦ ତାରିଖରେ କନ୍ଧମାଳ ଜିଲ୍ଲା ପୁଲିସ ଭୁବନେଶ୍ବର ଏବ˚ କଟକରୁ ତିନି ଜଣ ହନୁମାନ ପଇସା କାରବାର କରୁଥିବା ଅନ୍ତରାଜ୍ୟ ଅପରାଧୀଙ୍କୁ ଗିରଫ କରିଥିଲା। ୨୦୧୭ ଫେବ୍ରୁଆରି ୭ ତାରିଖରେ ହନୁମାନ ପଇସାର କାରବାର ଘଟଣାରେ ଜଗତପୁର ଥାନା ପୁଲିସ ଜଣେ ମାଫିଆକୁ ଗିରଫ କରିଥିଲା। ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସାଲେପୁର ଥାନା ସିଦ୍ଧୋ ଅଞ୍ଚଳର ଅଜୟ କୁମାର ମହାନ୍ତି ପୁଲିସ ହାତରେ ଧରାପଡ଼ିଥିଲା। ଅଜୟ ନିକଟରୁ ୫ଟି ହନୁମାନ ପଇସା ସମେତ ୪୦ ହଜାର ଟଙ୍କା ଏବ˚ ମୋବାଇଲ ଫୋନ୍ ଜବତ କରାଯାଇଥିଲା। ଅଜୟ ହନୁମାନ ପଇସା ଦେବାକୁ ୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ଏହି ଘଟଣାରେ ସେ ସମୟରେ କଟକ ସହିତ ବାହାର ରାଜ୍ୟର ହନୁମାନ ପଇସା କାରବାର ଲିଙ୍କ୍କୁ ନେଇ ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୮ ଏପ୍ରିଲ ୧୪ ତାରିଖରେ ପାରାଦୀପରେ ହନୁମାନ ପଇସା ଦେବାକୁ କହି ୨୮ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ ଅମୂଲ୍ୟକୁ ମିଶାଇ ୮ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ କଟକରେ ଆଡ୍ଡା ଜମାଇଥିବା କୁହାଯାଉଥିଲା। ଉପରୋକ୍ତ ଘଟଣାରେ କଟକ ଲିଙ୍କ ସାମନାକୁ ଆସିଥିବା ବେଳେ ଅନ୍ଲାଇନ୍ରେ କଟକର କିଛି ମାଫିଆ କାରବାର ଆରମ୍ଭ କରିଦେଇଥିବାରୁ ପୁଲିସ ଚିନ୍ତାରେ ପଡ଼ିଛି। ଅନ୍ତରାଜ୍ୟ ବଜାରରେ ପ୍ରତି ହନୁମାନ ପଇସା ପିଛା ୧୫ ଲକ୍ଷ ଟଙ୍କାରେ ମାଫିଆମାନେ ବିକ୍ରି କରୁଥିବା କଟକରେ ମଧ୍ୟ ସମାନ ଦର ଲାଗୁ କରାଯାଉଥିବା ସୂଚନା ମିଳିଛି। କଟକ ସମେତ କନ୍ଧମାଳ, ଜଗତସି˚ହପୁର, ଯାଜପୁର, ପୁରୀ ଭଳି ଜିଲ୍ଲା ଏବେ ହନୁମାନ ପଇସା କାରବାରର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି। ପୁଲିସର ଗିରଫଦାରୀକୁ ଏଡ଼ାଇବା ପାଇଁ ଏବେ ଅନ୍ଲାଇନ୍କୁ ସୁରକ୍ଷିତ ସ୍ଥାନ ବୋଲି ମାଫିଆମାନେ ଭାବି ନେଇଥିବା କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି।