Odia News Portal

ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ ପ୍ରତିଯୋଗିତା ଉଦଯାପିତ

କଟକ : କଟକ ବାରବାଟୀ ଷ୍ଟାଡିୟମର ସିପକ ଟାକ୍ରୋ କମ୍ପ୍ଲେକ୍ସଠାରେ ତିନି ଦିନ ଧରି ଚାଲିଥିବା ୨୦ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ  ପ୍ରତିଯୋଗିତା ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ଓଡ଼ିଶା ସିପକ ଟାକ୍ରୋ ସଙ୍ଘ ଓ କଟକ ସିପକ ଟାକ୍ରୋ ସଙ୍ଘ ମିଳିତ ଆନୁକୂଲ୍ୟରେ ରାଜ୍ୟର ୨୨ ଟି ବାଳକ ଓ ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ।
ବାଳିକା ବିଭାଗରେ କଟକ ଦଳ ୨-୦ ରେ ଭଦ୍ରକକୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ବାଳକ ବିଭାଗରେ କିସ ଦଳ ୨-୦ ରେ ଭଦ୍ରକକୁ ହରାଇ ଚମ୍ପିୟାନ ହୋଇଛି । ଉଦଯାପନୀ ଉତ୍ସବ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟ ବାର ଆସୋସିଏସନର ଉପ ସଭାପତି ପିଉଷ କୁମାର ମିଶ୍ର, ଅତିଥି କ୍ରାଇମିନାଲ କୋର୍ଟ ବାର ଆସୋସିଏସନର ସଭାପତି ସୁବାଷ ଚନ୍ଦ୍ର ମହାନ୍ତି, ଜାତୀୟ ସିପକ ଟାକ୍ରୋ ସଙ୍ଘରେ ଉପ ସଭାପତି ବିମଳ ପାଲ ଯୋଗ ଦେଇଥିଲେ
ଜୁନ ମାସ ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଇନାର କୁଂମିଙ୍ଗ ଠାରେ ଏସିଆନ ସିପକ ଟାକ୍ରୋ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ବିଜୟୀ ଜାତୀୟ ଦଳରେ ପ୍ରତିନିଧିତ୍ଵ କରିଥିବା ଓଡ଼ିଶାର ଦୁଇ କ୍ରୀଡ଼ାବିତ ମଧୁସ୍ମିତା ବେହେରା ଓ ଇତିଶ୍ରୀ ସାମଲ ସମ୍ଭୋର୍ଧିତ କରିବା ସହ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଙ୍ଘର ସମ୍ପାଦକ ମନୋଜ କୁମାରପଟ୍ଟନାୟକ, କଟକ ଜିଲ୍ଲାର ସମ୍ପାଦକ ଅକ୍ଷୟ କୁମାର ସାହୁ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଉଦଯାପନୀ ସଭାକୁ ସଙ୍ଘର ଉପ ସଭାପତି ମହମ୍ମଦ ଗୁଲଫାମ ସୁଚାରୁ ରୂପେ ପରିଚାଳିତ କରିଥିବା ବେଳେ ଶେଷରେ କୋଷାଧ୍ୟକ୍ଷ ନିରୋଦ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।