Odia News Portal

ମୁଖ୍ୟାଳୟରେ ୬୦ ତମ ପୋଲିସ ସହିଦ ଦିବସ ପାଳିତ

କଟକ : ଆଜି ପୋଲିସ ସହିଦ ଦିବସ । କଟକ ପୋଲିସ ମୁଖ୍ୟାଳୟରେ ୬୦ ତମ ପୋଲିସ ସହିଦ ଦିବସ ପାଳିତ ହୋଇଛି । ପୋଲିସ ଡିଜି ବିଜୟ କୁମାର ଶର୍ମା ଏଥିରେ ଯୋଗଦେଇ ସହିଦ ପୋଲିସ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବହୁ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହି ଅବସରରେ ସହିଦ ପରିବାରକୁ ସମ୍ବର୍ଦ୍ଧନା ଜଣାଇଥିଲେ ପୋଲିସ ଡିଜି । ଏହା ସହ ସହିଦ ପରିବାର ଲୋକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ ପୋଲିସ ଡିଜି । ତାଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।